No Result
View All Result
୮ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନିରାକାରପୁର :- ଖୋର୍ଦ୍ଧା ଜିଲ୍ଲା ରାଉଳହଜ ଜ୍ୟୋତି ବିହାର ନିବାସୀ ଦିଗମ୍ବର ପାତ୍ରଙ୍କ ଧର୍ମ ପତ୍ନୀ ସଚଳା ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ଆଜି ଦିନ ବେଳେ ହଠାତ୍ କରି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଖୋରଧା ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ମେଲପୀ, ସରଳ ବିଶ୍ୱାସୀ ଓ ଧର୍ମପରାୟଣା ମହିଳା ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ରେ ଶୋକ ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ଦିଗମ୍ବର, ଦୁଇ ପୁଅ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆସି ତାଙ୍କର ଶେଷ ଦର୍ଶନ କରିଛନ୍ତି। ତାଙ୍କ ମର ଶରୀରକୁ ପୁରୀ ନିଜ ଯାଇ ସ୍ବର୍ଗ ଦ୍ବାର ରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି।

No Result
View All Result