-
ପୋଲିସର ପ୍ରତିଶ୍ରୁତି ପରେ ପରିସ୍ଥିତି ସ୍ବାଭାବିକ
ପ୍ରକାଶ ଥାଉକି ଶେରଗଡ଼ ତହସିଲ ପିତଳ ରାଜସ୍ବ ମଣ୍ଡଳ ତଥା ହିଞ୍ଜିଳି ଥାନା ସନ୍ତୋଷପୁର ବାଲି ଶଯ୍ୟାରୁ ଦୈନିକ ଶହେରୁ ଉର୍ଦ୍ଧ୍ବ ଟ୍ରକ ଓ ଟିପ୍ପର ଯୋଗେ ବାଲି ପରିବହନ ହେଉଥିବା ଜଣାପଡ଼ିଛି। ବାଲି ପରିବହନ ବେଳେ ମୁଖ୍ୟ ରାସ୍ତା କଡ଼ରେ ପଞ୍ଚାୟତ କାର୍ଯ୍ୟାଳୟ,ବାତ୍ୟା ଆଶ୍ରୟସ୍ଥଳୀ,ଦଣ୍ଡ କାଳୀ ମନ୍ଦିର, ଜଗନ୍ନାଥ ମନ୍ଦିର,ପିତଳ ବଜାର, ପିତଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଅଙ୍ଗନବାଡ଼ି କେନ୍ଦ୍ର ସମେତ ଉଚ୍ଚ ବିଦ୍ୟାଳୟ ଓ ଚଷା ପିତଳ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ ରହିଛି। ଏପରି ସ୍ଥଳେ ରୋଗୀ, କୋମଳମତି ଶିଶୁ ଓ ବଜାର ସଉଦା ଲାଗି ମୁଖ୍ୟ ରାସ୍ତାରେ ଲୋକଙ୍କ ସବୁ ସମୟରେ ପ୍ରବଳ ଭିଡ଼ ଓ ଗହଳ ଚହଳ ଲାଗି ରହୁଛି। ଗତ କିଛି ଦିନ ଧରି ସଂପୃକ୍ତ ମୁଖ୍ୟ ରାସ୍ତା ଦେଇ ଦୈନିକ ଶହେରୁ ଅଧିକ ଟ୍ରକ ଓ ଟିପ୍ପର ବାଲି ପରିବହନ ହେଉଥିବା ଯୋଗୁଁ ସାଧାରଣ ଜୀବନଯାତ୍ରା ଅସୁରକ୍ଷିତ ବୋଲି ଗ୍ରାମରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳ ବାସୀଙ୍କ ବୃହତ୍ତର ସ୍ବାର୍ଥ ସହ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ଦୃଷ୍ଟିରୁ ଗ୍ରାମର ପିଙ୍କୁ ପରିଡ଼ା, ନିରାକାର ସାହୁ, ସଞ୍ଜୟ ପ୍ରଧାନ, ହୃଦାନନ୍ଦ ସାହୁ ଓ ପ୍ରଶାନ୍ତ ପ୍ରଧାନ ପ୍ରମୂଖ ଜିଲ୍ଲା ପ୍ରଶାସନ,ଖଣିଜ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

© 2023 Odisha Taza News.