ନୁଆଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ମାଳତୀ ପ୍ରଧାନ ଓ ସହକାରୀ ନିର୍ବାହୀ ଯନ୍ତୀ ପ୍ରହୁମ୍ନ କୁମାର ଦାସ ଦୀପ ପ୍ରଜ୍ୱଳନ କରି ସଭାଟିକୁ ଶୁଭାରମ୍ବ କରିଥିଲେ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ,ସ୍ଥାନୀୟ ସରପଞ୍ଚ ତାବତି ବେହେର୍ଦଳାଇ, ସମିତିସଭ୍ୟା ଏବିତା ରଇତା, ନାଏବ ସରପଞ୍ଚ ଅବୀୟ ରଇତ ,ବିଜେଡି ବ୍ଲକ ସଭାପତି ଯୋହନ ମାଝି,ସାଂସଦ ପ୍ରତିନୀଧି ବି,ପି,ଏମ୍ , ସମନ୍ନିତ ଶିଶୁ ବିକାଶ ବିଭାଗ ର ସୁପରଭାଈଜର,ଓ୍ବାର୍ଡ ସଭ୍ୟ, ଅଙ୍ଗନବାଡି, ଆଶା, କର୍ମୀ ,ବୃଦ୍ଧିଜୀବୀଙ୍କ ତଥା ପଞ୍ଚାୟତର ସମସ୍ତ ମହିଳା ମଣ୍ଡଳ ଗ୍ରୁପର ସଦସ୍ୟ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି
ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।ଏହି ସଭାଟିର ମୁଖ୍ୟ ଉଦ୍ଧେଶ୍ୟ ହେଲା ମାନ୍ୟବର ଓଡିଶା ସରକାରଙ୍କ ଜନହୀତକାରି ଯୋଜନା ମାନ ଯେଭଳି ଗ୍ରାମାଞ୍ଚଳରେ ପହଂଚି ଭିତିଭୁମି ର ବିକାଶ ହୋଇପାରିବ ତା ଉପରେ ପ୍ରତିନିଧି ମାନେ ଜନସାଧାରଣ ଙ୍କୁ ଅବଗତ କରାଇଛନ୍ତି ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କରାଯାଇଥିଲା । ସେହିଭଳି ସ୍ୱାସ୍ଥ୍ୟ ବିଭାଗ, ଉଦ୍ୟାନ ବିଭାଗ ତଥା ସମସ୍ତ ଲାଇନ ବିଭାଗ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପଞ୍ଚାୟତର ପିଇଓ ବି. ଲିଙ୍ଗରାଜ ପରିଚାଳନା କରିଥିବା ବେଳେ ପଞ୍ଚାୟତ କର୍ମୀମାନେ ସହଯୋଗ କରିଥିଲେ ।

© 2023 Odisha Taza News.