No Result
View All Result
୬ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ପାଟଣାଗଡ଼ :- କେନ୍ଦ୍ର ମନ୍ତ୍ରୀ ପିୟୁସ ଗୋଏଲ ଦୀଲ୍ଲି ରେ ଆଜି ଭାରତ ଚାଉଳ ଯୋଜନା ର ଶୁଭାରମ୍ଭ କରିଥିବା ବେଳେ ପାଟଣାଗଡ଼ ରେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଏହାର ଶୁଭାରମ୍ଭ କରିଥିଲେ । ନାଫେଡ ମାଧ୍ୟମରେ କେନ୍ଦ୍ର ସରକାର ରିହାତି ଦର ରେ ଜନସାଧାରଣ ଙ୍କୁ ଖାଉଟି ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଚାଉଳ କେଜି ପ୍ରତି ୨୯ ଟଙ୍କା ଦରରେ ପ୍ରତ୍ୟେକ ହିତାଧିକାରୀ ମାନଙ୍କୁ ୧୦ କେଜି ପେକିଂ ଥିବା ଚାଉଳ ବ୍ୟାଗ ମିଳିବ । ଆଗାମୀ ଦିନରେ ଏହି ଯୋଜନା ମାଧ୍ୟମରେ ଅଂଟା କେଜି ପ୍ରତିଟ ୨୭.୫୦ପଇସା , ଡାଳି କେଜି ପ୍ରତୀ ୬୦ ଟଙ୍କା, ପିଆଜ କେଜି ପ୍ରତି ୨୫ ଟଙ୍କା ଦରରେ ହିତାଧିକାରୀ ମାନଙ୍କୁ ଯୋଗାଇ ଦେବାରେ ଯୋଜନା ରହିଛି ।
ଏହି ଯୋଜନା ମାଧ୍ୟମ ରେ ଜନସାଧାରଣ ଙ୍କୁ ଚାଉଳ ଯୋଗାଇଦେବା ପାଇଁ ବେଲପଡା ଓ କଣ୍ଟାବାଞ୍ଜି ସୀମାରେ ଥିବା ଲଡ଼୍ଡୁଗୋପାଲ ଇଣ୍ଡଷ୍ଟ୍ରି ର ମାଲିକ ଦୀପକ ଅଗ୍ରୱ।ଲ ଟେଣ୍ଡର ମାଧ୍ୟମରେ ପାଇଛନ୍ତି । ଶ୍ରୀ ଅଗ୍ରୱ।ଲ ଙ୍କ କହିବା ଅନୁସାରେ ଏଫସିଆଇ ରୁ ଚାଉଳ ଉଠାଇ ସିଲକି ସଟୈକ୍ଟ କରି ୧୦ କେଜି ପେକେଟ୍ ବ୍ୟାଗ୍ ପ୍ରତିସ୍ତୁ କରାଯିବ । ଯେକୌଣସି ବର୍ଗ ର ଲୋକେ ନିଜର ଚାହିଦା ମୁତାବକ ଏହି ଚାଉଳ କିଣିପାରିବେ । ଏହି କାର୍ଯ୍ୟକ୍ରମକୁ ବିଜେପି ଦଳର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

No Result
View All Result