ଖବର ପାଇ ଅବକାରୀ ବିଭାଗର କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ସୁପରିଟେଣ୍ଡେଣ୍ଟ ସିଦ୍ଧେଶ୍ୱର ବ୍ରେସରା ଏବଂ ତାଙ୍କର ଅଫିସର ମାନେ କଟକ ବାଲେଶ୍ଵର ଜାତୀୟ ରାଜପଥର ମଙ୍ଗୁଳି ଛକ ଏବଂ ବାଙ୍କୀ ବାରଙ୍ଗ ରାସ୍ତା ର ତ୍ରିଶୁଳିଆ ଛକଠାରେ ଅପେକ୍ଷା କରିଥିଲେ । ଖବର ପାଇଥିବା କାର ଦୁଇଟି ପହଂଚିବା ମିତ୍ରେ ଗାଡ଼ି କୁ ଅଟକାଇ ଯାଞ୍ଚ କରିବାରୁ ଗଡିରେ ଗଞ୍ଜେଇ ଥିବା ଦେଖିବାକୁ ପାଇ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।
ମଙ୍ଗୁଳି ଛକରେ ଧରାପଡିଥିବା ଗଞ୍ଜେଇ ଗାଡ଼ିଟି ଅନୁଗୁଳରୁ କଲିକତା ଅଭିମୁଖେ ଗଞ୍ଜେଇ ନେଇ ଯାଉଥିଲା । ଏହି ଗାଡ଼ିରେ ବିହାର ଅଞ୍ଚଳର ଜଣେ ଚୋରା ଗଞ୍ଜେଇ ବେପାରୀକୁ ଅବକାରୀ ପୋଲିସ ଗିରଫ କରିଥିଲା ବେଳେ, ତ୍ରିଶୁଳିଆ ଛକରୁ ଧରାପଡିଥିବା କାରଟି ଭୁବନେଶ୍ୱରରୁ କଲିକତା ଅଭିମୁଖେ ଗଞ୍ଜେଇ ନେଇ ଯାଉଥିବା ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

© 2023 Odisha Taza News.