No Result
View All Result
୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ହିଞ୍ଜିଳିକାଟୁ :- ଆମ ଓଡିଶା ନବୀନ ଓଡିଶା ରୂପାନ୍ତରଣ ଉପକ୍ରମରେ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି। ପଞ୍ଚାୟତ ସ୍ତରରେ ଭିତ୍ତିଭୂମି ସୁଦୃଢ଼ କରିବା ସହ ବହୁ ଲୋକାଭିମୁଖୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ରହିଛି । ରୂପାନ୍ତରଣ ଉପକ୍ରମ ଜରିଆରେ ବିକାଶ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ସ୍ତରରେ ପଦକ୍ଷେପ ଆରମ୍ଭ ହୋଇଛି। ଏହି କ୍ରମରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ରାଳବ ପଞ୍ଚାୟତରେ ଏକ ଭବ୍ୟ ପରିବେଶରେ ଆମ ଓଡ଼ିଶା,ନବୀନ ଓଡିଶା ସଚେତନତା ସମାବେଶ ଅନୁଷ୍ଠିତ ହେଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ,ସରପଞ୍ଚ ରଶ୍ମିତା ପ୍ରଧାନ,ସଭ୍ୟା ରୀନା ପୋଲେଇ,ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ,ଜିଲ୍ଲା ଯୋଜନା ବୋର୍ଡ ବିଶେଷଜ୍ଞ ସଦସ୍ୟ ଏନ୍ ରଘୁନାଥ, ଓଆରଏଚଡିସି ଅଧ୍ୟକ୍ଷ ଡି.ବିଶ୍ଵନାଥ, କୃଷି ସୂଚନା ଓ ତାଲିମ ଉପଦେଷ୍ଟା ଗନ୍ତାୟତ ଦଳେଇ,ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ,ଏବିଡିଓ ଅରୁଣ କୁମାର ପ୍ରଧାନ, ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାଶ ଓ ମନୋଜ ସାବତଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
ଅତିଥି ମାନେ ପଞ୍ଚାୟତ ପୁସ୍ତିକାକୁ ଉନ୍ମୋଚନ କଲା ପରେ ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନା ଓ ଏହାର ସଫଳତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଗ୍ରାମାଞ୍ଚଳରେ ବିକାଶ ପ୍ରକଳ୍ପ ସହ ଗ୍ରାମୀଣ ଅଧିବାସୀଙ୍କ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଓ ସାଧାରଣ ଲୋକଙ୍କ କଲ୍ୟାଣ ସାଧନ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ,ଦୂରଦୃଷ୍ଟି ସମ୍ପନ୍ନ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ସଶକ୍ତିକରଣ ଯୋଗୁଁ ଓଡିଶା ଜାତୀୟ ସ୍ତରରେ ଗୌରବ ଅର୍ଜ୍ଜନ କରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଭିମୂଖ୍ୟକୁ ଉପଦେଷ୍ଟା ଶ୍ରୀ ପ୍ରଧାନ ବଳିଷ୍ଠ ଭାବେ ଉପସ୍ଥାପନ କରିଥଲେ। କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଇଂ ରବିନ୍ଦ୍ର ନାୟକ, ଡ଼ଃ ହର୍ଷ ମାଧବ କର,ବିଏଫଟି ବୃ୍ଦାବନ ଗୌଡ଼,ରାମହରି ଶର୍ମା, ଜଗବନ୍ଧୁ ସାହୁ, ଜି .ଯୁଧିଷ୍ଠିର ରେଡ୍ଡୀ, ରଘୁନାଥ ବେହେରା,ମନୋଜ କୁମାର ପୋଲେ଼ଇ, କାଳୀ ଦଳାଇ, ଲାବାନ୍ୟ ବରଡ, ଶୁଭ୍ରକେଶ ଦଳାଇ, ସୁବାସ ଚନ୍ଦ୍ର ରାଉତଙ୍କ ସମେତ ଛାତ୍ରୀ,ସାଂସ୍କୃତିକ ସଂଘ ସଦସ୍ୟ ସମେତ ମିଶନ ଶକ୍ତି, ଜଳ ସମ୍ପଦ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, ନିର୍ମାଣ ଶ୍ରମିକ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, କୃଷି ଓ ଉଦ୍ୟାନ କୃଷି ବିଭାଗ ଏବଂ ଭୋଟର ସଚେତନତା ଷ୍ଟଲ୍ ପ୍ରଦର୍ଶିତ ହୋଇଥିଲା। ଶିବିରରେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।

No Result
View All Result