ଅତିଥି ମାନେ ପଞ୍ଚାୟତ ପୁସ୍ତିକାକୁ ଉନ୍ମୋଚନ କଲା ପରେ ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନା ଓ ଏହାର ସଫଳତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଗ୍ରାମାଞ୍ଚଳରେ ବିକାଶ ପ୍ରକଳ୍ପ ସହ ଗ୍ରାମୀଣ ଅଧିବାସୀଙ୍କ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଓ ସାଧାରଣ ଲୋକଙ୍କ କଲ୍ୟାଣ ସାଧନ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ,ଦୂରଦୃଷ୍ଟି ସମ୍ପନ୍ନ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ସଶକ୍ତିକରଣ ଯୋଗୁଁ ଓଡିଶା ଜାତୀୟ ସ୍ତରରେ ଗୌରବ ଅର୍ଜ୍ଜନ କରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଭିମୂଖ୍ୟକୁ ଉପଦେଷ୍ଟା ଶ୍ରୀ ପ୍ରଧାନ ବଳିଷ୍ଠ ଭାବେ ଉପସ୍ଥାପନ କରିଥଲେ। କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଇଂ ରବିନ୍ଦ୍ର ନାୟକ, ଡ଼ଃ ହର୍ଷ ମାଧବ କର,ବିଏଫଟି ବୃ୍ଦାବନ ଗୌଡ଼,ରାମହରି ଶର୍ମା, ଜଗବନ୍ଧୁ ସାହୁ, ଜି .ଯୁଧିଷ୍ଠିର ରେଡ୍ଡୀ, ରଘୁନାଥ ବେହେରା,ମନୋଜ କୁମାର ପୋଲେ଼ଇ, କାଳୀ ଦଳାଇ, ଲାବାନ୍ୟ ବରଡ, ଶୁଭ୍ରକେଶ ଦଳାଇ, ସୁବାସ ଚନ୍ଦ୍ର ରାଉତଙ୍କ ସମେତ ଛାତ୍ରୀ,ସାଂସ୍କୃତିକ ସଂଘ ସଦସ୍ୟ ସମେତ ମିଶନ ଶକ୍ତି, ଜଳ ସମ୍ପଦ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, ନିର୍ମାଣ ଶ୍ରମିକ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, କୃଷି ଓ ଉଦ୍ୟାନ କୃଷି ବିଭାଗ ଏବଂ ଭୋଟର ସଚେତନତା ଷ୍ଟଲ୍ ପ୍ରଦର୍ଶିତ ହୋଇଥିଲା। ଶିବିରରେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।

© 2023 Odisha Taza News.