
-
ମାଲିକ ପାଖରେ ବନ୍ଧା ପଡିଛି ନାବାଳିକା ଝିଅ , ୫୦ ହଜାର ଟଙ୍କା ଦେଲା ପରେ ବି ଝିଅ ଛାଡୁନି ସର୍ଦ୍ଧାର ।
-
ପରିବାର ଙ୍କୁ ସରକାରୀ ସହାୟତା ଓ ନାବାଳିକା କୁ ଉଦ୍ଧାର ସହ ଦାଦନ ସର୍ଦ୍ଧାର କୁ ଗିରଫ ଦାବି କୋଶଳ ନେତା : ଅଚ୍ୟୁତ ସିପୁନ ଖମାରୀ

୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବଲାଙ୍ଗୀର :- ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ସୁଲେକେଲା ଗାଁର କାହ୍ନୁ ମଲ୍ଲିକ ବୟସ (୪୫)ଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା ବୟସ (୩୫) ଝିଅ ପାଞ୍ଚାଳୀ ଦିବ୍ୟାଙ୍ଗ (୧୪) ଅଙ୍ଗୀତା ବୟସ (୧୨) ଓ ପୁଅ ମାଣିକ ସହ ତେଲେଙ୍ଗାନାର ସlତନଗର ଇଟାଭାଟିରେ ଦାଦନ ଖଟୁଥିଲେ l ତେନ୍ତୁଳୀଖୁଣ୍ଟି ଗ୍ରାମର ସମରୁ ନାଏକ ଏହି ପରିବାର କୁ ୮୦ହଜାର ଟଙ୍କା ଅଗ୍ରିମ ଦେଇ ସେଠାକୁ ନେଇଥିଲା l ଏହି ପରିବାର ସେଠାରେ କାମ କକରୁଥିବା କାହ୍ନୁ ଅସୁସ୍ଥ ହୋଇପଡ଼ିଥିଲେ l ତାପରେ ଇଟାଭାଟିର ମାଲିକ ଚିକିତ୍ସା ପାଇଁ କାହ୍ନୁ ତାଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା ଦୃଷ୍ଟିବାଧିତ ଝିଅ ପାଞ୍ଚାଳୀ ଓ ମାଣିକ କୁ ପଠେଇ ଦେଇଥିଲl l ଇଟାଭାଟି ମାଲିକ ନାବାଳିକା ଝିଅକୁ ବନ୍ଧକ ରଖିଛି l
ଧାରା କରଜ କରି ୫୦ ହଜାର ଟଙ୍କା ଯୋଗାଡ଼ କରୀ ଇଟାଭାଟି ମାଲିକ କୁ ଫୋନ ପେ ମାଧ୍ୟମରେ ପଠେଇ ଦେଇଥିଲେ l ଆଉ ବାକି ୩୦ ହଜାର ଟଙ୍କା ନଦେବା ପର୍ଯ୍ୟନ୍ତ ଇଟାଭାଟି ମାଲିକ ମନା କରି ଦେଇଛି l ଏହି ଘଟଣା ସ୍ଥଳକୁ ପହଞ୍ଚି କୋଶଲ ନେତା ସିପୁନ ଖମାରି ଘର ଆଗରେ ଶଵ କୁ ରଖି ଧାରଣା ଦେଇଥିଲେ l ତୁରନ୍ତ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଦାବି ପୂରଣ ନକଲେ ମୃତ ଦାଦନ ଶ୍ରମିକ ସଵକୁ ନେଇ ବେଲପଡା ବ୍ଲକ କାର୍ଯାଳୟରେ ଧାରଣା ଦେବୁ ବୋଲି ଶ୍ରୀ ଖମାରୀ କହିଥିଲି l ପରେ ବିଲମ୍ବ ରାତି ରେ ବେଲପଡା ତହସିଲଦାର ବନବିହାରୀ ହରିପାଲ ମୃତ ଦାଦନ ପରିବାର ଙ୍କୁ ଭେଟି ରେଡକ୍ରସ ରୁ ୧୦ ହଜାର ଟଙ୍କା ର ଏକ ଚେକ ପ୍ରଦାନ କରିଥିଲେ । ବେଲପଡା ଥାନ ଅଧିକାରୀ ସୁଶାନ୍ତ କୁମାର ଦାସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

© 2023 Odisha Taza News.