<h4><strong><span style="color: #ff0000;">୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କନ୍ଧମାଳ :- </span>କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବାଲିଗୁଡା ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କିଛି ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ନେଇ ଏକ ରାଜନୈତିକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଡ଼ା.ରୀନା ପ୍ରଧାନ ବୈଠକରେ ଅଧ୍ଯକ୍ଷତା କରିବା ସହିତ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ନେଇ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳୀୟ ପ୍ରତିନିଧି ମାନଙ୍କୁ ପ୍ରତିଶୃତି ଦେଇଥିଲେ। ବୈଠକରେ ସହାକାରୀ ଜିଲ୍ଲାପାଳ ରୂପକ କୁଜୁର ଉପସ୍ଥିତ ରହି ସମୁଦାୟ ୩୯ ଗୋଟି ପରିବର୍ତ୍ତିତ ମତଦାନ କେନ୍ଦ୍ରର ନାମ ଏବଂ </strong><img class="alignnone wp-image-134474" src="https://odishatazanews.com/wp-content/uploads/2024/02/kandhamal-1-1-300x135.jpg" alt="" width="1131" height="509" /><strong>ସ୍ଥାନାନ୍ତରିତ ହୋଇଥିବା ଗୋଟିଏ ମତଦାନ କେନ୍ଦ୍ରର ସୂଚନା ପ୍ରଦାନ କରିବା ସହିତ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ରିଟର୍ଣ୍ଣିଙ୍ଗ ଅଧିକାରୀ ଭାବେ ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଧିକାରୀ ଭାବେ କନ୍ଧମାଳର ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଳ ଦାୟିତ୍ଵରେ ଥିବା ନେଇ ସୂଚନା ପ୍ରଦାନ କରିଥିଲେ । ଏଥିରେ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଅଞ୍ଚଳର କିଛି ସରକାରୀ କର୍ମଚାରୀ ଯେଉଁମାନେ ରାଜନୈତିକ ଦଳୀୟ କାର୍ଯ୍ୟ/ବୈଠକରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ନିର୍ବାଚନ ସମୟରେ ପୋଲିସ ବାହିନୀଙ୍କ ସକ୍ରିୟତା ସମସ୍ତ ରାଜନୈତିକ ଦଳ ପାଇଁ ସମାନ ରହିବା ନେଇ ଦାବି ରଖିଥିଲେ ।</strong><img class="alignnone wp-image-94417" src="https://odishatazanews.com/wp-content/uploads/2022/12/ODISHA-TAZANEWS-PRESS.pptx1_.pptx4-Copy-300x69.jpg" alt="" width="913" height="210" /><img class="alignnone wp-image-111284" src="https://odishatazanews.com/wp-content/uploads/2023/06/ranpur-55-300x111.jpg" alt="" width="997" height="369" /></h4>