No Result
View All Result
୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :- ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେଡ଼ି ଦଳ ପକ୍ଷରୁ ଘରେ ଶଙ୍ଖ ଘରେ ଶଙ୍ଖ ପରିବାର ସମ୍ପର୍କ ପଦଯାତ୍ରା ପଂଚାୟତ ସ୍ତରୀୟ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଥାନୀୟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ତଥା ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର,ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ, କୈଳାସ ପାତ୍ର,ବିଜେଡ଼ି ଦଳର ଜିଲ୍ଲା ସହ ପର୍ଯ୍ୟବେକ୍ଷକ
ଶୁଭ୍ରାଂଶୁ ମିଶ୍ର ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ଓ ଜିଲ୍ଲା ପରିଷଦ ସଭ୍ୟ ତନୁଜା ପାଟ୍ଟଶାଣୀଙ୍କ ସମେତ ସରପଂଚ, ସମିତି ସଭ୍ୟ, ମହିଳା ଗୋଷ୍ଠୀ ଓ ବିଜୁ ପ୍ରେମୀମାନେ ଯୋଗ ଦେଇ ଦେଉଳି, ଗୋବିନ୍ଦପୁର ଓ ରାଧାକାନ୍ତପୁର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକାରୀ ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରି ଆଗାମୀ ନିର୍ବାଚନରେ ବିଜେଡ଼ି ଦଳକୁ ବହୁ ସଂଖ୍ୟାରେ ଜନମତ ଦେବାକୁ ଅନୁରୋଧ କରିଥିଲେ ।

No Result
View All Result