No Result
View All Result
୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନିଆଳି :- କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର କଣ୍ଟାପଡ଼ା ବ୍ଲକ ଇଚ୍ଛାପୁର ଛକ ଠାରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଆନ୍ତର୍ଜାତିକ ଧାବକ ଅମିୟ ମଲ୍ଲିକ ବାହାରି ଓଲଟପୁର ଛକ, ଓ କଣ୍ଟାପଡ଼ା ଛକ ଠାରେ ପହଞ୍ଚି ଥିଲେ । ସେ ବିଭିନ୍ନ ଦୋକାନୀ ସମେତ ଘରକୁ ଘର ବୁଲି ଗୁରୁଜନ,ବୁଦ୍ଧିଜୀବୀ, ଯୁବକ ଏବଂ ବର୍ତ୍ତମାନ, ଓ ପୁର୍ବତନ ସରପଞ୍ଚ, ନୋମିନି ମାନଙ୍କୁ ଭେଟି ଆଶ୍ରିବାଦ ଭିକ୍ଷା କରିଛନ୍ତି ।
ଅମିୟ ଯୁଆଡେ ଯାଉଛନ୍ତି ଯୁବ ଗୋଷ୍ଠିମାନେ ତାଙ୍କ ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି । ଲୋକମାନେ ତାଙ୍କୁ ତାଙ୍କର ଭୋଜିରେ ମଧ୍ୟ ଅମୀୟ ଙ୍କୁ ସାମିଲ କରୁଛନ୍ତି। ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିଆଳି ନିର୍ବାଚନ ମଣ୍ଡଳୀରେ ସେତେ ଉଷ୍ମତା ଦେଖିବାକୁ ମିଳୁଛି । ସେ ବିଜେଡି ଦଳକର୍ମୀଙ୍କର ଅ।ସ୍ଥାଭାଜନ ହେବାରେ ଲାଗିଛନ୍ତି । ଆଉ ମଧ୍ୟ ଯୁବ ଗୋଷ୍ଠି ଅମୀୟଙ୍କ ସହିତ ସାମିଲ ହେବାରେ ଦେଖିବାକୁ ମିଳୁଛି।

No Result
View All Result