ଓଡିଶା ତାଜା ନ୍ୟୁଜ୍ (୨୪ ଜୁଲାଇ ଶୁକ୍ରବାର) ବରଗଡ଼ :- ମହାମାରୀ ସମୟରେ ବରଗଡ଼ ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦ ରେ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ତରଫ ରୁ ଲୋକସଭା ଯୁବକଂଗ୍ରେସ ର ସାଧାରଣ ସମ୍ପାଦକ ସୁଶାନ୍ତ ସାହୁ ନେତୃତ୍ୱରେ ୱେସ୍କୋ ଅଫିସ ଘେରାଉ କରାଯାଇ ଥିଲା ।
ଗତକାଲି ସ୍ଥାନୀୟ ୱେସ୍କୋ କାର୍ଯ୍ୟ ନିବାର୍ହି ଯନ୍ତ୍ରୀ ଙ୍କ ଅଫିସ୍ ରେ ପହଞ୍ଚି ଯୁବ କଂଗ୍ରେସ କର୍ମୀମାନେ ଆଗାମୀ ଦିନ ରେ ବରଗଡ଼ ରେ କିପରି ବିଦ୍ୟୁତ କାଟ ନ ହେବ ସେଥିପାଇଁ ବିଦ୍ୟୁତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ତାହା ନ ହେଲେ ଜିଲ୍ଲା ସ୍ତରରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳ ରେ ପପ୍ପୁ କୁମ୍ଭାର,ଗୋବିନ୍ଦ ମେହେର,ଅମିତ୍ ଆଚାର୍ଯ୍ୟ,କରନ୍ ଜଗଦଲା, ଜୁନେଦ ଅହମ୍ମଦ, ଶଙ୍କର କୁମ୍ଭାର,ଶ୍ୟାମ ସୁନା, ଧରମ ମେହେର ପ୍ରମୁଖ ସାମିଲ ଥିଲେ । ( ରିପୋର୍ଟ, ସତ୍ୟ ନାରାୟଣ ପ୍ରଧାନ)
