No Result
View All Result
୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଚିଲିକା :- ପ୍ରଥମ ବିଶ୍ୱଓଡ଼ିଆ ଭାଷା ସମ୍ମିଳନୀ -୨୦୨୪ ଉଦଘାଟିତ । ସମ୍ବର୍ଦ୍ଧିତ ହେଲେ ବାଣପୁର ମଣ୍ଡଳର ଓଡ଼ିଆ ଭାଷା ସାହିତ୍ୟର ସମସ୍ଥ କବି ଓ ଲେଖକ । ବାଣପୁର – ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଆମଓଡ଼ିଶା ର ଶାସ୍ତ୍ରୀୟମାନ୍ୟତା ଲାଭ କରିଥିବା ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ ଆମ ପ୍ରିୟ ମାତୃଭାଷା ଓଡ଼ିଆ ଭାଷାର “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ “ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅକ୍ଷରଧାମଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆନନ୍ଦ ଉଲ୍ଲାସର ସହିତ ଉଦ୍ଘାଟିତ ହୋଇଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ତଥା ବାଣପୁର ମଣ୍ଡଳର ଓଡ଼ିଆ ଭାଷା ସାହିତ୍ୟର ସମସ୍ଥ କବି, ଗାଳ୍ପିକ, ଗୀତିକାର, ନାଟ୍ୟକାର ,ସ୍ତମ୍ବକାର, ପ୍ରାବନ୍ଧିକ, ଗବେଷକଙ୍କୁ ବାଣପୁର ମଣ୍ଡଳ ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଛି I ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ଶୀତଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହର ପ୍ରାରମ୍ଭରେ ପ୍ରଥମେ ଉତ୍କଳର ଜାତୀୟ ସଂଗୀତ “ବନ୍ଦେ ଉତ୍କଳଜନନୀ “ସାମୁହିକ ଭାବେ ଗାନକରାଯାଇଥିଲା । ପରେ ଶ୍ରୀମତୀ ଅଗ୍ରୱାଲ ସମାରୋହର ଉଦ୍ଦେଶ୍ୟ ସଂପର୍କରେ ଆଲୋପାତ କରି ଆଜିର ଦିବସକୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିବସ ଭାବରେ ବର୍ଣ୍ଣନା କରି ଓଡ଼ିଆସାହିତ୍ୟ ଭଣ୍ଡାର କୁ ରୁଦ୍ଧିମନ୍ତ କରିଥିବା ବାଣପୁର ମାଟିର ସେହି ସାରସ୍ଵତ ପ୍ରତିଭାଧରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ବାଣପୁର ମାଟିରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଘୋଷଣା କରି ସମସ୍ଥ ସାହିତ୍ୟକ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l
ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ “ଭାଷା ହିଁ ଭବିଷ୍ୟତ” ଉପରେ ଆଲୋଚନା କରାଯାଇ ଏ ମାଟିରେ ଜନ୍ମ ଗ୍ରହଣ କରିଥିବା ପ୍ରାଚୀନକାବ୍ୟ “ସର୍ବାଙ୍ଗ ସୁନ୍ଦରୀ'”ର ପ୍ରଖ୍ୟାତ କବି ପାତ୍ରଲୋକନାଥ ବିଦ୍ୟାଧର, କବି ରଘୁନାଥ ହରିଚନ୍ଦନ,କବିଗୌରଚନ୍ଦ୍ର ମାନସିଂହ, ଦାଶରଥି କବିଚ଼ନ୍ଦ୍ରଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶାର କବି ଗୋଦାବରୀଶ ମିଶ୍ର, ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପର୍ଶୁରାମହରିଚନ୍ଦନଙ୍କ ସମେତ ଅନେକ ସାରସ୍ଵତ ପ୍ରତିଭାଧରଙ୍କ କାଳଜୟୀ ସୃଷ୍ଟି ଓଡ଼ିଆ ଭାଷା ସାହିତ୍ୟକୁ ଚ଼ିର ଉଜ୍ବଳ କରୁଥିବ ବୋଲି ବର୍ଣ୍ଣନା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ସାଧୁ ପ୍ରୟାସ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ଏହି ଅବସରରେ କବି ଶିବମିଶ୍ର, ସଂଗ୍ରାମ କେଶରୀ ସାହୁ, ଆନନ୍ଦ ଚନ୍ଦ୍ର ସେନାପତି,ରଂକନାଥସେଠୀ ରମେଶ ମହାପାତ୍ର, ଓ ମପ୍ରକାଶ ଅଗ୍ରୱାଲ, ଡ଼ା ସୁରେନ୍ଦ୍ର ଦାସ, ଶେଷ ଦେବ ମହାରଣା, ଲକ୍ଷ୍ମୀପ୍ରସାଦ ମିଶ୍ର, ସର୍ବେଶ୍ଵର ଷଡ଼ଙ୍ଗୀ,ଦେବାଶିଷ ପଟ୍ଟନାୟକ, କବୟତ୍ରୀ ଶ୍ରୀମତୀ କୃଷ୍ଣା ମିଶ୍ର,ସ୍ତମ୍ବକାର ନୃସିଂହ ପ୍ରସାଦ ମିଶ୍ର, ପ୍ରଦୋଷ କୁମାର ଦାସ, ନାଟ୍ୟକାର ଭିକାରୀଚରଣ ପ୍ରଧାନ,ମହେଶ୍ୱର ଜେନା, ଗାଳ୍ପିକ ରାମଚ଼ନ୍ଦ୍ର ସେଠୀ, ରାଜେନ୍ଦ୍ର ପ୍ରସାଦ ରଥ ଓ ଗୀତିକାର ସୁରେଶ ଚନ୍ଦ୍ର ବିଗ୍ରହଙ୍କୁ ଉପଢ଼ୌକନ ଓ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ଚ଼ିଲିକା ସାହିତ୍ୟ ସମାଜ ତରଫରୁ ଯୁବଲେଖକମାନଙ୍କୁ ଉତ୍ସାହିତ କରିବାକୁବାଣପୁରରେ ଏକ ପୁସ୍ତକମେଳାର ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ।

No Result
View All Result