୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ରୋଷେଇ ସାମଗ୍ରୀରୁ ଧରେ ଧୂରେ ରସୁଣ ହଜି ଯିବାକୁ ବସିଲାଣି । ରସୁଣ ଦର ଏବେ ଆକାଶ ଛୁଆଁ । କେଜି ୫ଶହ ଛୁଇଁଲାଣି | ସପ୍ତାହକ ତଳ ଦର ଠାରୁ ଏବେ ଦର ଦୁଇ ଗୁଣା ବଢ଼ି ଗଲାଣି । ହଠାତ୍ ବଜାରରେ ରସୁଣ ଦରରେ ନିଆଁ ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି ।
ବଜାରକୁ ପରିବା ବ୍ୟାଗ୍ ଧରି ଯାଉଥିବା ଖାଉଟି ରସୁଣ ଦର ଶୁଣି କେଜି ଏ ସ୍ଥାନରେ ୧୦୦ / ୨୦୦ ଗ୍ରାମ ଧରି ଘରକୁ ଫେରୁଛନ୍ତି । ହୁ ହୁ ହୋଇ ବଢ଼ୁଥିବା ରସୁଣ ଦର କିଭଳି ନିୟନ୍ତ୍ରଣ ହେବ, ସେଥି ନେଇ ନିୟନ୍ତ୍ରିତ ବଜାର କମିଟି ଓ ସରକାର, ପଦକ୍ଷେପ ଜରୁରୀ ହୋଇ ପଡିଛି ।

© 2023 Odisha Taza News.