No Result
View All Result
୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ହିଞ୍ଜିଳିକାଟୁ :- ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ, ହିଞ୍ଜିଳିକାଟୁ ପକ୍ଷରୁ ଶୁକ୍ରବାର ବାଳିକା ଆତ୍ମରକ୍ଷା କୌଶଳ ତାଲିମ ଓ ବ୍ଲକ ସ୍ତରୀୟ ବାଳିକା ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗାଙ୍ଗୀ ସୁବୁଦ୍ଧିଙ୍କ ପୌରହିତ୍ୟରେ ବଶିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା, ବିଇଓ ଏସ. ଗିରିଧର, ବ୍ଲକ ଉପାଧ୍ୟକ୍ଷ ଓ ଆରବିଏସକେ ଡାକ୍ତର ଏନ୍. ଏମ. ପାଢ଼ୀ ଓ ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତି ପ୍ରମୁଖ ମଞ୍ଚଶିନ ଥିଲେ।ଏହି ପରିପ୍ରେକ୍ଷୀରେ ଶିଶୁ, ବାଳିକା ଓ ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ,ଶିକ୍ଷା ସହ ମୂଲ୍ୟବୋଧ ଭିତ୍ତିକ ବିକାଶ ଯୋଜନାରେ ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏସବୁ ସତ୍ତ୍ବେ ସାଂପ୍ରତିକ ପରିସ୍ଥିତି ସହ ଦୈନନ୍ଦିନ ଜୀବନରେ ଘଟୁଥିବା ବିଭିନ୍ନ ଅପ୍ରୀତିକର ଘଟଣାରୁ ସୁରକ୍ଷିତ ଏଵଂ ଉଚିତ ମୁକାବିଲା ଲାଗି ବାଳିକା ଆତ୍ମରକ୍ଷା କୌଶଳ ତାଲିମ ଅତ୍ୟନ୍ତ ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯକ୍ରମ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ମୁଖ୍ୟ ପ୍ରଶିକ୍ଷକ ହରପ୍ରିୟା ଗୌଡ ଓ ସନ୍ଧ୍ୟାରଣୀ ସାହୁ ବାଳିକା ଆତ୍ମରକ୍ଷା ସମ୍ବନ୍ଧୀୟ ବିଭିନ୍ନ କୌଶଳର ତାଲିମ ପ୍ରଦାନ କରିଥିଲେ। ବେଟି ବଚାଓ, ବେଟି ପଢ଼ାଓ ଯୋଜନାରେ ବ୍ଲକ ସ୍ତରରେ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ୨୭ ଜଣ କୃତୀ ବାଳିକାଙ୍କୁ ଅତିଥି ମାନେ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ସୁପର ଭାଇଜର ମମତା ପାଢ଼ୀ, ବି. ଉମା ପାତ୍ର,କେ. କ୍ରିଷ୍ଣା, ବିପିସି ଫଣି ଭୂଷଣ ବେହେରା,ସୁଶାନ୍ତ କୁମାର ସେଠୀ, ଆଲୋକ ଚନ୍ଦ୍ର ନାୟକ ଓ ପ୍ରତାପ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।

No Result
View All Result