• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଥମ ସ୍ତ୍ରୀ ର ବିନା ସହମତି ରେ ସ୍ବାମୀ କଲା ଦ୍ଵିତୀୟ ବିବାହ

Proprietor Abhimanyu Maharana by Proprietor Abhimanyu Maharana
February 2, 2024
in ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍
0
ପ୍ରଥମ ସ୍ତ୍ରୀ ର ବିନା ସହମତି ରେ ସ୍ବାମୀ କଲା ଦ୍ଵିତୀୟ ବିବାହ
Share on FacebookShare on TwitterWhatsapp

  • ବିବାହ ରୋକିବା ପାଇଁ ବେଦୀ ରେ ପହଞ୍ଚଲା ପ୍ରଥମ ସ୍ତ୍ରୀ ।

  • ସ୍ବାମୀ ଙ୍କ ନକଳି ଛାଡ଼ପତ୍ର ଦେଖି ତଦନ୍ତ ନକରି ପୁଲସି ଦ୍ଵିତୀୟ ବିବାହ ରେ ସହଯୋଗ କରିଥିବା ନେଇ ଅଭିଯୋଗ କଲା ପ୍ରଥମ ସ୍ତ୍ରୀ ।

୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାଟଣାଗଡ :-  ପ୍ରଥମ ସ୍ତ୍ରୀ ର ବିନା ସହମତି ରେ ସ୍ବାମୀ ଦ୍ଵିତୀୟ ବିବାହ କରୁଥିବା ନେଇ ପ୍ରଥମ ସ୍ତ୍ରୀ ର ହସ୍ତକ୍ଷେପ ପରେ ମଧ୍ୟ ସ୍ବାମୀ ର ପରିବାର ବର୍ଗ ଜୋର୍ ଜବରଦସ୍ତ ସ୍ଵାମୀ ଙ୍କୁ ଦ୍ଵିତୀୟ ବିବାହ କରାଇଥିଲେ । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଏନଏସି ଗଡ଼ ଭିତର ସ୍ଥିତ ଭୁଲିଆ ଧର୍ମଶାଳା ଠାରେ । ଅଭିଯୋଗ ଅନୁସାରେ ସମ୍ବଲପୁର ବୁର୍ଲା ସ୍ଥିତ ନାରାୟଣ ବାଗ ଙ୍କ ଝିଅ ପ୍ରିୟମ୍ବଦା ଗତ ୨୦୧୫ ମସିହା ଅପ୍ରେଲ ୨୯ ତାରିଖ ଦିନ ରାଉଲକେଲ ଜଗତା ର କନ୍ଦର୍ପ ହରିପାଲ ଙ୍କ ପୁଅ ଓମ୍ ପ୍ରକାଶ ଙ୍କୁ ସାମାଜିକ ରୀତିନୀତି ରେ ବିବାହ କରିଥିଲେ । ବିବାହ ପରେ ଓମପ୍ରକାଶ ତାଙ୍କ ସ୍ତ୍ରୀ ପ୍ରିୟମ୍ବଦା ଙ୍କୁ ସେ ଚାକିରି କରୁଥିବା ମଧ୍ୟପ୍ରଦେଶର ସିଙ୍ଗୋର୍ଲାଗର୍ବି ସ୍ଥିତ ଏକ ଭଡ଼ା ଘରେ ନେଇ ରଖିଥିଲେ । ଭଡା ଘରେ ପ୍ରିୟମ୍ବଦା ତାଙ୍କ ଶାଶୁ ଓ ସ୍ବାମୀ ଙ୍କ ସହ ଏକାଠି ରହୁଥିଲେ । ବିବାହ ର କିଛି ଦିନ ପରେ ସ୍ବାମୀ ଓ ତାଙ୍କ ଶାଶୁ ମାଆ ପ୍ରିୟମ୍ବଦା ଙ୍କୁ ନଗଦ ୪ ଲକ୍ଷ ଟଙ୍କା ,କାର ,ଏଲଇଡି ଟିଭି ପ୍ରଭୃତି ବାପା ଘରୁ ଆଉ ଥରେ ଆଣିବାକୁ କହିଥିଲେ । ବାପ ଘର ଲୋକେ ଏସବୁ ଦେବାକୁ ଅର୍ସମଥ ହେବାପରେ ସ୍ବାମୀ ଓ ଶାଶୁ ମିଶି ପ୍ରିୟମ୍ବତା ଙ୍କୁ ଶାରିରୀକ ,ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ଏପରିକି ଦିନେ ସ୍ବାମୀ ଓ ଶାଶୁ ମିଶି ଘର ଝରକା ଓ କବାଟ ବନ୍ଦ କରି ପ୍ରିୟମ୍ବଦା ଙ୍କୁ ଜୀବନରେ ମାରିବାକୁ ଉଦ୍ୟମ କରୁଥିଲେ ।ପ୍ରିୟମ୍ବଦା ଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।ତା ପରଦିନ ଓମ ପ୍ରକାଶ ମୋ ର ଭୁଲହେବା ସହ ଆଉ କେବେ ବି ଏମିତି କରିବା ନାହିଁ ।ତୁମେ ଏ ଘଟଣା ବିଷୟ ରେ ପୁଲିସ କୁ ଜଣାଅ ନାହିଁ ବୋଲି କାକୁତିମିନତି ହୋଇ ଅନୁରୋଧ କରି ପ୍ରିୟମ୍ବଦା ଙ୍କୁ ସାଥିରେ ନେଇ ଗାଁ କୁ ପଲାଇ ଆସିଥିଲେ । ନଵବିବାହିତ ସ୍ତ୍ରୀ ଜଣକ ସ୍ବାମି ଙ୍କୁ ବିଶ୍ଵାସ କରି ତାଙ୍କ ଶାଶୁ ଘରେ ରହିବାକୁ ଲାଗିଲେ ।ସ୍ବାମୀ ଚାକିରି କରୁଥିବାରୁ ସେ ଯିବା ଆସିବା କରୁଥିଲେ ।ସ୍ବାମୀ ଙ୍କ ଅନୁପସ୍ଥିତି ରେ ତାଙ୍କ ବଡ ଭଉଣୀ ଓ ଭେଣେଇ ପ୍ରିୟମ୍ବଦା ଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ସ୍ବାମୀ ର ମୁହଁ କୁ ଚାହିଁ ପ୍ରିୟମ୍ବଦା ଏକ ବର୍ଷ ପର୍ଯ୍ୟନ୍ତ କଷ୍ଟେମଷ୍ଟେ ନିର୍ଯ୍ୟାତନା ସହି ରହୁଥିଲେ । ପରେ ସ୍ବାମୀ ମଧ୍ୟ ତାଙ୍କୁ ବାରମ୍ବାର ଯୌତୁକ ନିର୍ଯ୍ୟାତନା ଦେବାରୁ ପରିଶେଷ ରେ ପ୍ରିୟମ୍ବଦା ନିଜ ବାପ ଘରକୁ ଆସି ରହୁଥିଲେ । ଯାହାକୁ ନେଇ ପ୍ରିୟମ୍ବଦା ଆଇନ ର ଦ୍ଵାରସ୍ଥ ହୋଇ ଫେମିଲି କୋର୍ଟ ରେ ଅଭିଯୋଗ କରିଥିଲେ । କୋର୍ଟ ରେ ଆଇନ ପ୍ରକ୍ରିୟା ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇ ନଥିବା ବେଳେ ତାଙ୍କ ସ୍ବାମୀ ଓମ୍ ପ୍ରକାଶ ପାଟଣାଗଡ଼ ଥାନା କୁତମୁଣ୍ଡା ଗାଁ ର ଉଗ୍ରେ ନାଗ ଙ୍କ ଝିଅ ତପସ୍ଵିନୀ ଙ୍କୁ ଦ୍ଵିତୀୟ ବିବାହ କରିବାର ଖବର ପାଇଥିଲେ । ଏହା ପରେ ପ୍ରିୟମ୍ବଦା ପ୍ରଥମେ ବୁର୍ଲା ଓ ପରେ ପାଟଣାଗଡ଼ ଥାନା ରେ ଗତ ୧୧ ତାରିଖ ଦିନ ଘଟଣା ସମ୍ପର୍କ ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମଧ୍ୟ ପୁଲିସ କୌଣସି ପ୍ରକାର ପଦକ୍ଷେପ ନ ନେବାରୁ ପ୍ରିୟମ୍ବଦା ଏସପି ଙ୍କ ଦ୍ଵାରସ୍ଥ ମଧ୍ୟ ହୋଇଥିଲେ ।ତଥାପି ମଧ୍ୟ ପ୍ରିୟମ୍ବଦା ନ୍ୟାୟ ପାଇପାରିନଥିଲେ । ଗତ କାଲି ତାଙ୍କ ସ୍ବାମୀ ଧର୍ମଶାଳାରେ ଦ୍ଵିତୀୟ ବିବାହ ହେଉଥିବା ଖବର ପାଇ ପ୍ରିୟମ୍ବଦା ତାଙ୍କ ବାପା ମାଆ ଓ ପରିବାର ବର୍ଗ ସହ ବିବାହ ମଣ୍ଡପରେ ପହଞ୍ଚିଥିଲେ ।ପ୍ରିୟମ୍ବଦା ତାଙ୍କ ସ୍ବାମୀ ଙ୍କ ଦ୍ଵିତୀୟ ବିବାହ ରୋକିବାକୁ ଚେଷ୍ଟା କରୁଥିବା ସମୟରେ ଓମ୍ ପ୍ରକାଶ ଙ୍କ ଭିଣେଇ ଓ ତାଙ୍କ ପରିବାର ବର୍ଗ ପ୍ରିୟମ୍ବଦା ଙ୍କୁ ମାଡ଼ ମାରି ଘୋଉଡାଇ ଦେଇଥିଲେ । ପ୍ରିୟମ୍ବଦା ବିବାହ ବନ୍ଦ କରିବାରେ ଅଟଳ ରହିବାରୁ ଓମପ୍ରକାଶ ଙ୍କ ଭିଣେଇ ପୁଲିସ କୁ ଖବର ଦେଇଥିଲେ ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରିୟମ୍ବଦା ଓ ତାଙ୍କ ପରିବାର ବର୍ଗ ଙ୍କୁ ଥାନା ଙ୍କୁ ଆଣିଥିଲା । ଏହା ପରେ ପୁଲିସ ବର ପକ୍ଷକୁ ଡାକିଥିଲା । ବରପକ୍ଷ କୋର୍ଟ ର ଏକ ନକଳି ଛାଡ଼ ପତ୍ର ଦେଖାଇବା ରୁ ପୁଲିସ ଏହାର ସତ୍ୟାସତ୍ୟ ତଦନ୍ତ ନ କରି ବର ପକ୍ଷକୁ ବିବାହ କରିବା ରେ ସହଯୋଗ କରିଥିବା ପ୍ରିୟମ୍ବଦା ଅଭିଯୋଗ କରିଛନ୍ତି । ଏପରି କି ପାଟଣାଗଡ଼ ଥାନା ପରିସର ରେ ପ୍ରିୟମ୍ବଦା ଥାନା ଅଧିକାରୀ ଙ୍କୁ ଆପଣ କେତେ ଟଙ୍କା ଖାଇ ସହଯୋଗ କରୁଛନ୍ତି ବୋଲି କହିବାରୁ ଥାନା ଅଧିକାରୀ ଉଭୟ ପକ୍ଷକୁ ଏତଲା ଦେବାକୁ କହିଥିଲେ । ଏହାପରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

May 3, 2026
ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

May 2, 2026
ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version