୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ଆଜି ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ବାଣିଗୋଛା ଠାରେ ପ୍ରଥମ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ରେ,ବାଣିଗୋଛା ଗ୍ରାମପଞ୍ଚାୟତ ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗଦେଇ, ନିଜ ନିଜର ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରିଥିଲେ । ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ସମନ୍ବିତ ଶିଶୁ ମଂଗଳ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ତରଫରୁ ନିଜନିଜ ବିଭାଗର ସଫଳ ଉପଲବ୍ଧି କୁ ଷ୍ଟଲ୍ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ସ୍ବାସ୍ଥ୍ୟ ପରୀକ୍ଷା, ପୃଷ୍ଟି ସଚେତନତା କାର୍ଯ୍ୟକ୍ରମ କୁ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା , ଯାହାକି ସମସ୍ତ ଜନସାଧାରଣଙ୍କ ର ଦୃଷ୍ଟି ଆକର୍ଷଣ କରିଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବି ଜେ ଡି ସଭାପତି ରମେଶ ଚନ୍ଦ୍ର ବେହେରା,ପ୍ରଦୀପ ପ୍ରଜ୍ବଲନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବାବେଳେ,
ସମ୍ମାନିତ ଅତିଥି ଭାବରେ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଜାନକୀ ଦେହୁରୀ , ଦଶପଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀ ସଂଜୟ କୁମାର ଆଚାର୍ଯ୍ୟ , ଜିଲ୍ଲା ପରିଷଦ ସଭ୍ୟ, ହରିଶ୍ଚନ୍ଦ୍ର ଜାନୀ, ବାଣିଗୋଛା ସରପଞ୍ଚ ସସ୍ମିତା ମହାକୁଡ଼ ସମେତ ବହୁ ପଂଚାୟତସ୍ତରୀୟ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଜନସାଧାରଣ କୁଂ ସମ୍ବୋଧିତ କରି ବିଧାୟକ ଶ୍ରୀ ବେହେରା କହିଥିଲେ ଯେ,ଆମ ଓଡିଶା, ନବୀନ ଓଡିଶା ମାଧ୍ୟମରେ ଆଜି ଓଡିଶା ଏକ ରୁପାନ୍ତରୀତ ରାଜ୍ୟ ହେବା ସହିତ , ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେଗ୍ରାମାଞ୍ଚଳରେ ସମସ୍ତ ସହରୀ ସୁଖ ସୁବିଧା ଉପଲବ୍ଧ ହେବାକୁ ଯାଉଛି,
ପ୍ରତି ଗ୍ରାମାଞ୍ଚଳରେ, ବ୍ୟାଙ୍କ, ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ , ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ, ଆର୍ଥିକ ସ୍ବାବଲମ୍ବୀ ଭଳି ବହୁ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି ଓ ତାହାକୁ କାର୍ଯ୍ୟକ୍ଷେତ୍ରରେ ସଫଳ ରୁପାୟନ କରି , ସମଗ୍ର ଓଡିଶା କୁ ଏକ ସୁନାର ଓଡିଶା ଭାବରେ ,ସାରା ଭାରତବର୍ଷରେ ପ୍ରତିଷ୍ଠିତ କରିଛନ୍ତି । ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ ମହିଳା ମାନଙ୍କ ଉନ୍ନତି କଳ୍ପେ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ବିଭିନ୍ନ ସଫଳ ଓ ଯୁଗାନ୍ତକାରୀ ପଦକ୍ଷେପ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ ।















