No Result
View All Result
୨୭ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ମାଲକାନଗିରି :-> ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ,ବିଶାଲ ସିଂଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ, ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ତ୍ରିନାଥ ମାଝୀ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ ନାରାୟଣ ରଥ ମଞ୍ଚାସିନ ଥିଲେ । ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ କରିବା ସୌଭାଗ୍ୟର ବିଷୟ ଏବଂ ଏହି ଜିଲ୍ଲାରେ ଭଲ ଅଭିଜ୍ଞତା ମିଳିଛି ବୋଲି ଜିଲ୍ଲାପାଳ କହିବା ସହ ସମସ୍ତଙ୍କର ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଥିଲେ । ଉତ୍ତମ ରୂପେ ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ସେ ପରାମର୍ଶ ଦେଇଥିଲେ ।

ଜିଲ୍ଲାପାଳ ଜଣେ ସହୃଦୟବାନ ବ୍ୟକ୍ତିତ୍ଵ ସହ ଜଣେ ଦକ୍ଷ ଅଧିକାରୀ ଥିଲେ ଏବଂ ତାଙ୍କ ଅଧିନରେ ଜିଲ୍ଲାରେ ବିମାନ ବନ୍ଦର କାର୍ଯ୍ୟ ସହ ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦିତ ହୋଇପାରିଛି । ତାଙ୍କ ପରି ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦୁର୍ଲଭ ବୋଲି ବିଭାଗୀୟ ଅଧିକାରୀ ମାନେ ମତ ରଖିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୟରେ ସମସ୍ତ ସହକର୍ମୀଙ୍କ ପ୍ରତି ବହୁତ ଆନ୍ତରିକତା ଏବଂ ସହାନୁଭୂତି ରହିଥିବା କଥା ମଧ୍ଯ ଉପସ୍ଥିତ ଅଧିକାରୀ ମାନେ କହିଥିଲେ।
ଥାଉ କି ଶ୍ରୀ ସିଂ ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳ ଭାବେ ପ୍ରଥମେ କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ କେନ୍ଦୁଝର ଜିଲ୍ଲାପାଳ ଭାବେ ଯୋଗ ଦେବେ। ତାଙ୍କ ସ୍ଥାନରେ ୨୦୧୯ ବ୍ୟାଚ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ ମାଲକାନଗିରି ଜିଲ୍ଲାପାଳ ଭାବେ ଯୋଗ ଦେବେ। ଏହି ଅବସରରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

No Result
View All Result