୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନିଆଳି :-> କଟକ ଜିଲ୍ଲା ନିଆଳି ପୁଣ୍ୟ ତ୍ରୋୟା ପ୍ରାଚୀ ନଦୀ ତଟସ୍ଥ ଅର୍କ ତୀର୍ଥ ପରିସରରେ ପୁଷ୍ୟାଭିଷେକ ପର୍ବ ପ୍ରତିବର୍ଷ ଭଳି ପାରମ୍ପରିକ ରିତୀ ନୀତି ଅନୁଯାୟୀ ପାଳିତ ହୋଇ ଯାଇଛି। ପ୍ରତିବର୍ଷ ଭଳି ଛତିଆବଟର ମଣିମା ପୌଷ ପୂର୍ଣ୍ଣମୀରେ ଏଠାକୁ ଆସିବାର ପରମ୍ପରା ରହିଛି। ଏକ ଭାବାବେଗ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାରମ୍ପରିକ ପୂଜା ଅର୍ଚ୍ଚନା ଓ ପୁଷ୍ୟାଭିଷେକ ପର୍ବ ଦର୍ଶନ କରିବାକୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

ମୁଖ୍ୟ ପୁରୁଧା ବାବା ବିଶ୍ବମ୍ବର ଦାସ ଏହି ଉତ୍ସବକୁ ପରିଚାଳନା କରିଥିବା ବେଳେ ଅର୍କ କ୍ଷେତ୍ର ବିକାଶ ସମିତି ଓ ଅର୍କ କ୍ଷେତ୍ର ଗୋସ୍ୱାମୀ ଟ୍ରଷ୍ଟର କର୍ମକର୍ତ୍ତା ମାନେ ଏଥିରେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅର୍କ କ୍ଷେତ୍ର ବିକାଶ ସମିତି ସମ୍ପାଦକ ବଟକୃଷ୍ଣ ସ୍ୱାଇଁ ସମସ୍ତ ଶ୍ରଦ୍ଧାଳୁ ଓ ସହଯୋଗୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସେହିପରି ପ୍ରାଚୀ ତଟସ୍ଥ ମୁକ୍ତି ତିର୍ଥଭାବେ ପରିଚିତ ସାହାଡ଼ା କୁଞ୍ଜ ଶ୍ରୀ ରାମ ମନ୍ଦିରରେ ପୁଷ୍ୟାଭିଷେକ ପର୍ବ ଯଥା ରୀତି ପାଳିତ ହୋଇଛି। ଏଠାରେ ଶ୍ରୀ ରାମଙ୍କ ବିଗ୍ରହକୁ ରାଜଧିରାଜ ବେଶ୍ କରାଯିବ ସହ ଶ୍ରୀ ରାମ ଚରିତ ମାନସ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରବୀର ସାମନ୍ତରାୟ , ଶିବ ସାମନ୍ତରାୟ , ପ୍ରେମାନନ୍ଦ ବେହେରା ପ୍ରମୁଖ ପରିଚାଳନା କରିଥିଲେ।
















