• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜବର ଦଖଲରେ କୋଠଘର: ବିଡ଼ିଓଙ୍କୁ ଫେରାଦ

Proprietor Abhimanyu Maharana by Proprietor Abhimanyu Maharana
January 24, 2024
in ଓଡ଼ିଶା, ଗଞ୍ଜାମ, ଦେଶ, ହୋମ୍
0
ଜବର ଦଖଲରେ କୋଠଘର: ବିଡ଼ିଓଙ୍କୁ ଫେରାଦ
Share on FacebookShare on TwitterWhatsapp

୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଶେରଗଡ଼/ହିଞ୍ଜିଳିକାଟୁ :- ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି। ରୂପାନ୍ତରଣ ଉପକ୍ରମ ଜରିଆରେ ଗ୍ରାମାଞ୍ଚଳ ଲୋକଙ୍କ ସେବା ତ୍ୱରାନ୍ୱିତ ସକାଶେ ବହୁବିଧ ଉନ୍ନୟନ ପ୍ରକଳ୍ପ ବାବଦରେ ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଅର୍ଥ ବିନିଯୋଗ କରିଛନ୍ତି। ପଞ୍ଚାୟତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ବିକାଶ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଏବଂ ସଫଳ ରୂପାୟନ ସକାଶେ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାରେ ସାମିଲ ଥିବା ବ୍ୟକ୍ତିଗତ ଏଵଂ ଗୋଷ୍ଠିଗତ ଉନ୍ନୟନ ପ୍ରକଳ୍ପ ଗୁଡିକ ଯେପରି ଲୋକଙ୍କ ହିତ ସାଧନ ଦିଗରେ ସଦୁପଯୋଗ ହେବ ସେ ଦିଗରେ ମଧ୍ଯ ଗୁରୁତ୍ଵ ପ୍ରଦାନ କରାଯାଉଛି। କିନ୍ତୁ ପ୍ରଶାସନର ଢିଲାପଣର ସୁଯୋଗ ହେଉ କିମ୍ବା ରାଜନୈତିକ ନେତୃବୃନ୍ଦଙ୍କ ଛତ୍ରଛାୟାରେ ରହି ସର୍ବସାଧାରଣଙ୍କ ବ୍ଯବହାର ଉପଯୋଗୀ ଗୃହକୁ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି କିଭଳି ଭାବେ ଦଖଲରେ ରଖି ନିଜ ପତିଆରା ପ୍ରଦର୍ଶନ କରିଛନ୍ତି ତାହା ଏବେ ପଞ୍ଚାୟତରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଘଟଣାଟି କିନ୍ତୁ ଉନ୍ନୟନ ପ୍ରକଳ୍ପରେ ତୁଣ୍ଡି ବାନ୍ଧିବା ଭଳି ମନେ ହେଉଥିଲେ ମଧ୍ୟ ଏଭଳି ଅବ୍ୟବସ୍ଥା ଯୋଗୁଁ ପ୍ରଶାସନ ଉପରେ ଲୋକଙ୍କ ଭରସା ତୁଟି ଯାଉଥିବା ଭଳି ପରିଲକ୍ଷିତ ହୋଇଛି। ଏଭଳି ବିଶୃଙ୍ଖଳିତ କାର୍ଯ୍ୟ ଉପରେ ଆପତ୍ତି ଓ ଅଶାନ୍ତି ପ୍ରକାଶ କରି ସାହି ବାସିନ୍ଦା ସମ୍ପୃକ୍ତ ବ୍ଲକର ବିଡ଼ିଓଙ୍କୁ ଫେରାଦ ହୋଇଛନ୍ତି। ସୂଚନା ମୁତାବକ ଶେରଗଡ଼ ବ୍ଲକ୍ ପିତଳ ପଞ୍ଚାୟତ ସନ୍ତୋଷପୁର ପାତ୍ରସାହି ଠାରେ ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ଏକ କୋଠଘର ନିର୍ମିତ ହୋଇଛି। ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ବ୍ୟୟରେ ନିର୍ମାଣ ହୋଇଥିବା ଏହି କୋଠଘରଟିକୁ ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘ ଦିନ ଧରି ନିଜ ଅକ୍ତିଆରରେ ରଖିଥିବା ଜଣାପଡ଼ିଛି। ସାମୁହିକ ବ୍ୟବହାର ଲାଗି ଉଦ୍ଧିଷ୍ଟ ଉକ୍ତ କୋଠାଘରେ ବିଭିନ୍ନ ପ୍ରକାରର ଜିନିଷପତ୍ର ମହଜୁଦ ରଖି ବ୍ୟକ୍ତିଗତ ଭାବେ ତାହାକୁ ବ୍ୟବହାର କରୁଥିବା ମଧ୍ଯ ଅଭିଯୋଗ ହୋଇଛି। ଫଳରେ ପାତ୍ରସାହି ବାସିନ୍ଦାଙ୍କ କୌଣସି ଉତ୍ସବ କିମ୍ୱା ସାମୁହିକ କାର୍ଯ୍ୟ ସମ୍ପାଦନ କରିବାରେ ସମସ୍ୟା ସୃଷ୍ଟି ହୋଇଛି ।

ଏହାକୁ ନେଇ ସାଧାରଣରେ ଜନ ଅସନ୍ତୋଷ ପ୍ରକାଶ ପାଉଛି।ସରକାରୀ ଅନୁଦାନରେ ନିର୍ମିତ କୋଠଘରକୁ ନିଜ ଅକ୍ତିଆରରେ ରଖିବା ଫଳରେ ସରକାରଙ୍କ ମହତ ଉଦ୍ଦେଶ୍ୟ ବାସ୍ତବ କ୍ଷେତ୍ରରେ ଲୋକଙ୍କ ସେବାରେ ଆସୁ ନ ଥିବା ଭଳି ପରିସ୍ଥିତ ଦେଖାଦେଇଛି। ଏଭଳି ଚରମ ଅବ୍ୟବସ୍ଥା ଏଵଂ ସରକାରୀ ନିୟମରେ ବ୍ୟତିକ୍ରମ ଓ ଖୋଲାଖୋଲି ଉଲ୍ଲଂଘନ ଉପରେ ଅସନ୍ତୋଷ ପ୍ରକାଶ କରି ପାତ୍ର ସାହିବାସିନ୍ଦା ପିଙ୍କୁ ପରିଡା, ଭଗବାନ ଦଳାଇ, ଭାଲୁ ପ୍ରଧାନ, ଭୋଳାନାଥ ପରିଡା, ଆନନ୍ଦ ସେଠୀ, ପାଣ୍ଡବ ମହାପାତ୍ର, ଭାବଗ୍ରାହୀ ପରିଡା, ଗୁଣ୍ଡିଚା ପ୍ରଧାନ ଓ ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ଶେରଗଡ଼ ବିଡ଼ିଓ ଶିବାଶିଷ ବରାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଭଳି ବିବାଦୀୟ ପ୍ରସଙ୍ଗ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବ୍ୟକ୍ତିଗତ ଦଖଲରୁ ସାହି କୋଠଘରକୁ ଉଦ୍ଧାର କରି ସର୍ବ ସାଧାରଣଙ୍କ ବ୍ୟବହାର୍ଯ୍ୟ ନିମନ୍ତେ ଅନୁମତି ପ୍ରଦାନ କରିବା ପାଇଁ ସେମାନେ ବିଡିଓଙ୍କୁ ନିବେଦନ କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ

ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ

July 26, 2026
ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

July 26, 2026
୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି

୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି

July 26, 2026
Vedanta Aluminium Coal Mines Supports Tuberculosis Patients Through Nikshay Mitra Initiative in Sundargarh District

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

July 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ

ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ

July 26, 2026
ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

July 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version