ଓଡିଶା ତାଜା ନ୍ୟୁଜ୍ (୨୩ ଜୁଲାଇ ଗୁରୁବାର) ବାଲେଶ୍ୱର :- ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ୍ ରାଜଘାଟର ” ଜୀବନସାଥୀ ସଂଗଠନର ” ସଭାପତି ତଥା ଯୁବ ସମାଜସେବକ ଦୀପ୍ତିମାନ୍ ପତିଙ୍କ ଦ୍ୱ।ରା ବୃକ୍ଷରୋପଣ କାର୍ଯ୍ୟକ୍ରମ । ଭାରତୀୟ ସଂସ୍କୃତିରେ ବୃକ୍ଷରୋପଣ ର ମହତ୍ବ କେତେ ତାହା ସର୍ବଜନ ବିଦିତ । ବୃକ୍ଷରୁ ବୃଷ୍ଟି,ବୃଷ୍ଟି ରୁ ଖାଦ୍ୟ,ଖାଦ୍ୟ ହିଁ ଜୀବନ । ଜୀବଜଗତକୁ ତଥା ପରିବେଶକୁ ରକ୍ଷା କରିବା ହେଉଛି ବୃକ୍ଷ ରୋପଣ ର ମହତ୍ ଉଦ୍ଦେଶ୍ୟ ।
ଅମ୍ଳଯାନ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଜୀବଜଗତକୁ ରକ୍ଷା କରିବାରେ ସହାୟକ । ତା ଛଡା ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ରୁ ଆମକୁ ରକ୍ଷା କରିବା ପାଇଁ ଜୁଲାଇ ମାସ ୧ ତାରିଖ ଠାରୁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି । ଆଜିକା ଦିନରେ ଆମେ ସମସ୍ତେ ଶପଥ କରିବା ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅବକ୍ଷୟ ଜଂଗଲର ପୁନଃ ଜନ୍ମ,ବାହ୍ୟ ଅଂଚଳରେ ବ୍ୟାପକ ବୃକ୍ଷ ରୋପଣ କରିବା । ଏ ଦିଗରେ ” ଜୀବନସାଥୀ ସଂଗଠନ” ର ଯେଭଳି କାର୍ଯ୍ୟକ୍ରମ ମାନ ହାତକୁ ନେଇଛି,ତାହା ସ୍ବାଗତଯୋଗ୍ୟ ବୋଲି ଏ ଅଂଚଳରେ ଏବେ ଗୋଟିଏ ଗୋଟିଏ ଉଦାହରଣ ସୃଷ୍ଟି କରି ଚାଲିଛ ।
ଏହି ଅବସରରେ ସଂଗଠନ କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣେଇବା ସହ ସଂଗଠନର ଉତରୋତ୍ତର ଉନ୍ନତି କାମନା କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ଦେବେନ୍ଦ ବେହେରା,ଅଶ୍ୱନୀ ପଣ୍ଡା, ରବିନ୍ଦ ହାଜିରା,ଗୁଣାକର ମାଝୀ,ଶଂକର ଜେନା,ବିଜୟ ଜେନା, ଅନ୍ନପୂନା ଦାସ,ଅବନ୍ତି ହାଜିରା,ଦୁର୍ଗା ଦାସ ଓ ସସସ୍ତ ସଭ୍ୟ ଓ ସଭ୍ୟା ସହଯୋଗ କରିଥିଲେ । (ଦୀପ୍ତିମାନ୍ ପତି/ବାଲେଶ୍ୱର)