୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) କଟକ :- କୃଷି ଏବଂ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ଚଳିତ ଜାନୁଆରୀ ୧୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନ ବ୍ୟାପୀ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ପ୍ରତାପନଗରୀ ସ୍ଥିତ ୱ।ଲମୀ ପ୍ରଶିକ୍ଷଣ କକ୍ଷରେ କଟକ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ନିଆଳୀ ବିଧାୟକ ଫ୍ରଫେସର ପ୍ରମୋଦ କୁମାର ମଲ୍ଲିକ ଉଦଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ କଟକ ପୂର୍ବାଞ୍ଚଳ ମଣ୍ଡଳ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁ, ମୁଖ୍ୟବକ୍ତା ଭାବେ ୱ।ଲମୀର ମୁଖ୍ୟ ସଂଯୋଜକ ଏ ସି ପାତ୍ର , ଇଷ୍ଟର୍ଣ୍ଣ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁ ,ପ୍ରାଚୀ ଜଳ ସଂପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ରଘୁନାଥ ସ୍ୱାଇଁ, ନର୍ଥ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସଂନ୍ଦିପ ଦାଶ ଯୋଗାଇ ଦେଇ କହିଲେ ଯେ, ରାଜ୍ୟରେ ବର୍ତ୍ତମାନ ୩୯ ହଜାର ୨୮୯ ଟି ପାଣି ପଞ୍ଚାୟତରୁ ୩୭ ହଜାର ୨୩୧ ଟି ପାଣି ପଞ୍ଚାୟତ କାର୍ଯ୍ୟକ୍ଷମ ଅଛନ୍ତି ।
ଏଥି ସହିତ ୧୧୩ ଟି ପାଣି ପଞ୍ଚାୟତ କୁ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଇଛି । ସମନ୍ନିତ କୃଷି ପଦ୍ଧତିରେ ୨୨୯ ପ୍ରକଳ୍ପ କାର୍ଯ୍ୟ କରୁଅଛି । ୨୭୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ କ୍ଷୁଦ୍ର ଡାଲି କଳ, ତୈଳ କଳ ,ମାଣ୍ଡିଆ ପ୍ରକ୍ରିୟା କରଣ ଯନ୍ତ୍ର ପାଇଁ ସହାୟତା ଦିଆଯାଇଛି ବୋଲି କହିଥିଲେ । ପ୍ରତାପନଗରୀ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଚଳିତ ବର୍ଷ କଟକ ଜିଲ୍ଲାର ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ବିବେଚିତ ହୋଇଥିବା , ଦକ୍ଷିଣ ଉଷୁମାର ପଲ୍ଲୀଶ୍ରୀ ପାଣି ପଞ୍ଚାୟତର ସଭାପତି ଅଶୋକ କୁମାର ଦାସଙ୍କୁ ଷାର୍ଟିଫିକେଟ ସହିତ ନଗଦ ୧୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ସେହିପରି ହାଇ ସ୍କୁଲ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କରାଯାଇଥିବା ଚିତ୍ରାଅଙ୍କନ, ରଚନା, ଡିବେଟରେ ପ୍ରଥମ ,ଦିତୀୟ ,ତୃତୀୟ ହୋଇ ଥିବା ପିଲାମାନଙ୍କୁ ଷାର୍ଟିଫିକେଟ ଏବଂ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।














