୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଚିଲିକା :- ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ ଏବଂ ପ୍ରମୋଦ କୁମାର ସ୍ୱାଇଁ ଙ୍କ ନିର୍ଦ୍ଦେଶିତ ପ୍ରାଚୀନ କଥାବସ୍ତୁ ଉପରେ ଆଧାରିତ ନାଟକ “ଶର୍ମିଷ୍ଠା”କୁ ଚଳିତ ବିଶ୍ଵନାଟ୍ୟ ମେଳା-୨ ୦୨୪ରେ ୬ଟି ଜାତୀୟ ପୁରସ୍କାର ମିଳିଛି। ନାଟକଟିକୁ ବାଣପୁର ସ୍ଥିତ କଳିଙ୍ଗ କନ୍ୟା କଳା ପରିଷଦ କଟକ କଳା ବିକାଶ କେନ୍ଦ୍ର ରଙ୍ଗମଞ୍ଚରେ ମଞ୍ଚସ୍ଥ କରିଥିଲେ। ସର୍ଵ ଭାରତୀୟ ସ୍ତରରେ ଓଡ଼ିଆ ନାଟକ ଶର୍ମିଷ୍ଠା କୁ ଶ୍ରେଷ୍ଠ ପାଣ୍ଡୁଲିପି ପୁରସ୍କାର, ଶ୍ରେଷ୍ଠ ଗୀତିନାଟ୍ୟ,
ଶ୍ରେଷ୍ଠ ପ୍ରଯୋଜନା ପାଇଁ କ୍ୟାସ୍ ଆୱାଡ, ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ମିଳିଛି।ମହାଭାରତର ଅମର କାହାଣୀ ରାକ୍ଷସରାଜ ବୃଷପର୍ବା ଙ୍କ କନ୍ୟା ଶର୍ମିଷ୍ଠାର ପତିଭକ୍ତି, ତ୍ୟାଗ, ତିତିକ୍ଷା ଏବଂ ସମ୍ରାଟ ଯଯାତୀଙ୍କ ଠାରୁ ନବବିବାହିତ ପୁତ୍ର ପୁରୁଙ୍କର ବାର୍ଦ୍ଧକ୍ୟ ଗ୍ରହଣ ଜନିତ ବିରଳ ତ୍ୟାଗ ଆଦି କଥାବସ୍ତୁକୁ ଜୀବନ୍ତ ଭାବେ ମଞ୍ଚରେ ଉପସ୍ଥାପିତ କରାଯାଇଥିଲା। ସେଇଭଳି ଶର୍ମିଷ୍ଠା ଅଭିନୟ କରିଥିବା ଲକ୍ଷ୍ମୀ ସ୍ୱାଇଁ, ଶୁକ୍ରାଚାର୍ଯ୍ୟ ଅଭିନୟ କରିଥିବା ପାପାଲୀ ସାସମଲ୍ ଏବଂ ପୁରୁ ଭୂମିକାରେ ଅଭିନୟ କରିଥିବା
ରାଜଶ୍ରୀ ପଲାଇ ଙ୍କୁ ଚେୟାରମେନ ଆୱାର୍ଡ ମିଳିଛି। ଏହି ପୁରସ୍କାର ଗୁଡ଼ିକ ବିଭିନ୍ନ ବିଚାରକ, ମୁଖ୍ୟଅତିଥି ବାରବାଟି ବିଧାୟକ ଶ୍ରୀଯୁକ୍ତ ମହମ୍ମଦ ମୋକିମ୍, ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜିବୀ ଶ୍ରୀଯୁକ୍ତ ଧରଣୀଧର ନାୟକ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ନଳିନୀକାନ୍ତ ସାହୁଙ୍କ ଠାରୁ କଳିଙ୍ଗ କନ୍ୟା କଳା ପରିଷଦ ପକ୍ଷରୁ ଉପଦେଷ୍ଟା ପ୍ରମୋଦ କୁମାର ସ୍ୱାଇଁ ଏବଂ ଅନୁଷ୍ଠାନର ସଂଗଠକା ରଞ୍ଜୁବାଲା ଚମ୍ପତିରାୟ ଗ୍ରହଣ କରିଛନ୍ତି

© 2023 Odisha Taza News.