୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଚିଲିକା :- ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ ଙ୍କ ୪ଟି ଓଡ଼ିଆ ନାଟକ ସର୍ବମୋଟ ୧୩ଟି ଜାତୀୟ ପୁରସ୍କାର ବିଶ୍ଵ ନାଟ୍ୟ ମେଳା ରେ ପାଇବାର ସୈ।ଭାଗ୍ୟ ଅର୍ଜନ କରିଛି। ଐତିହାସିକ ପ୍ରୃଷ୍ଠଭୂମିରେ ଲିଖିତ ଏବଂ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ, ଵିରିବାଡି ଦ୍ଵାରା ପ୍ରଯୋଜିତ ନାଟକ କାରୁବାକୀ କୁ ଶ୍ରେଷ୍ଠ ଓଡିଆ ଭାଷା ଭିତ୍ତିକ ନାଟକ,୨ୟ ଶ୍ରେଷ୍ଠ ଅଭିନେତ୍ରୀ (କାରୁବାକୀ), ଶ୍ରେଷ୍ଠ ଐତିହାସିକ ନାଟକ ଭାବେ ପୁରସ୍କୃତ ହୋଇଥିବା ବେଳେ ପୁରାଣ କଥାବସ୍ତୁ ଉପରେ ଆଧାରିତ ଏବଂ କଳିଙ୍ଗ କନ୍ୟା କଳା ପରିଷଦ, ବାଣପୁର ଦ୍ଵାରା ପରିବେଷିତ ନାଟକ ଶର୍ମିଷ୍ଠା କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଲିରିକାଲ୍ ନାଟକ, ଶ୍ରେଷ୍ଠ ପ୍ରଯୋଜନା,୨ୟଶ୍ରେଷ୍ଠ ଅଭିନେତା,୨ୟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।
ସେହିଭଳି ଘିଅଖଲା ମଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵାରା ପରିଵେଷିତ ନାଟକ ଫେରାଇ ଦିଅ ମୋ ପିଲାଦିନ ପାଇଁ ୨ୟ ଶ୍ରେଷ୍ଠ ନିର୍ଦ୍ଦେଶକ,୨ୟ ଶ୍ରେଷ୍ଠ ଅଭିନେତ୍ରୀ (ମୂଷି) ପୁରସ୍କାର ମିଳିଛି ଏବଂ ଡିଏଭି, ଗୁରୁ କୁଳ ବାଲୁଗାଁ, ଦ୍ଵାରା ପରିବେଷିତ ନାଟକ ଯେସାକୁ ତେସା ୩ୟ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ମିଉଜିକ୍ ଏବଂ ୩ୟ ଶ୍ରେଷ୍ଠ ଅଭିନେତା (ମୂଳି ସରପଞ୍ଚ) ପୁରସ୍କାର ଲାଭ କରିଛି। ପୁରସ୍କାର ବିତରଣୀ ମଞ୍ଚ ରେ ପ୍ରତ୍ୟେକ ସଂସ୍ଥା ପକ୍ଷରୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ, ନିର୍ଦ୍ଦେଶକ ଅଶୋକ କୁମାର ପ୍ରଧାନ,ପ୍ରଯୋଜକ ପ୍ରଶାନ୍ତ କୁମାର ମହାପାତ୍ର ସମ୍ମାନିତ ଅତିଥି ମାନଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।














