No Result
View All Result
୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଚିଲିକା :- ବାଣପୁର ସ୍ଥିତ ନେହେରୁ ସେବା ସଂଘ ପରିସରରେ ନେତାଜୀ ସୁବାଷ ବୋଷ ଏବଂ ସ୍ଵାଧୀନତା ସଗ୍ରାମୀ ବିପ୍ଲବୀ ସୁରେନ୍ଦ୍ର ସାଏ ଙ୍କ ପୁଣ୍ୟ ଜୟନ୍ତୀ କନକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଉଭୟ ମହାନ୍ ବିପ୍ଲବୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଅନୁଷ୍ଠାନ ର ସମ୍ପାଦିକା ସୁଶ୍ରୀ ସରୋଜିନୀ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କବି ବାଳମୁକୁନ୍ଦ ଦାସ ,
ସମ୍ମାନିତ ବକ୍ତା ଭାବେ ଓମ୍ ପ୍ରକାଶ ଅଗ୍ରୱାଲ ଉଭୟ ବ୍ୟକ୍ତିତ୍ଵ ଙ୍କ ପ୍ରଚଣ୍ଡ ପ୍ରତିଭା,ଦେଶ ପ୍ରୀତି ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରଦୀପ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସ୍ରୃଜନାତ୍ମକ ପ୍ରକଳ୍ପର ମୂଲ୍ୟାୟନ କରାଯାଇ କ୍ରୃତୀ ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରା ଯାଇଥିଲା।

No Result
View All Result