୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଆର,ଉଦୟଗିରି :- ଚିକିଟି ଖେମୁଣ୍ଡି ହଳଦିଆ ତୈଲିକ ବଶ୍ୟ ସମାଜ ଆନୁକୂ ଲ୍ୟ ରେ ଜରୁରୀ କାଳୀନ ବୈଠକ ଗୋବିନ୍ଦ ନଗର ଶିବ ମନ୍ଦିର କଲ୍ୟାଣ ମଣ୍ଡପ ରେ କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀଯୁକ୍ତ ଦଣ୍ଡlସୀ ସାହୁ ଙ୍କ ଅଧିକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ କୂଳ ଦୀପ ପ୍ରଜଜ୍ୱଳ ଓ ବିଭୁ ପ୍ରଥାନl କରି ସଭା କାର୍ଯ୍ୟ ଆରମ୍ଭ ହେବା ସହ ସମାଜର ଉପବିଧି ପୁସ୍ତକ ଉନ୍ମଚନ ଓ କ୍ୟlଲେଣ୍ଡର ବଣ୍ଟନ କାର୍ଯ୍ୟ ସମ୍ପାଦନ ହୋଇଥିଲା ।
ଏଥିରେ କେନ୍ଦ୍ରୀୟ ନିବlର୍ଚନ ଅଧିକାରୀ ଶ୍ରୀ ଧରମl ସାହୁ, ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ, ଉପସଭାପତି ଶ୍ରୀ ପ୍ରଶାନ୍ତ ସାହୁ ଓ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ଶ୍ରୀ ତ୍ରିପତି ସାହୁ , ସଂଗଠନ ସମ୍ପାଦକ ଶ୍ରୀ ନୀଳମଣି ସାହୁ , ସହ ସମ୍ପାଦକ ଶ୍ରୀ ବାବୁ ସାହୁ, ଗଣମାଧ୍ୟମ ସମ୍ପାଦକ ଶ୍ରୀ ଅକ୍ଷୟ ସାହୁ, 6 ଗୋଟି ଆଞ୍ଚଳିକ ପରିଷଦ ର ସଭାପତି ଓ ସମ୍ପାଦକ ସମସ୍ତ ଗ୍ରାମୀୟ ପରିଷଦ ର ସଭାପତି ଓ ସମ୍ପାଦକ ଓ କର୍ମକର୍ତ୍ତା ,
ଅଙ୍କୁଶପୁର କେନ୍ଦ୍ରୀୟ ପରିଷଦ ସମ୍ପାଦକ ଗୋପୀନାଥ ସାହୁ , ପର୍ଶୁରାମ ସାହୁ ଉପସ୍ଥିତ ଥିଲେ।ଏଥିରେ 16ଟି ସମସ୍ୟା ର ବିଚାର ରୁ 12 ଟି ର ସମସ୍ୟା ର ସମାଧାନ ହୋଇଥିଲା । ଗୋବିନ୍ଦ ନଗର ସଭାପତି , ସମ୍ପାଦକ ଓ କର୍ମକର୍ତ୍ତାଙ୍କ ମିଳିତ ସହଯୋଗ କରି ଥିଲେ ।ପରିଶେଷରେ କେନ୍ଦ୍ରୀୟ ସଂଗଠନ ଉପରେ ଆଲୋଚନା କରି ସଭାପତି ଶ୍ରୀ ଦଣ୍ଡlସୀ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।














