No Result
View All Result
୨୩ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) କଟକ :- ଆଜି ଦେଶର ବିଭିନ୍ନ ସ୍ଥାନରେ ସ୍ୱାଧିନତା ସଂଗ୍ରାମୀ ମହାନ ଜନନାୟକ ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ୧୬ ନମ୍ବର ଜାତୀୟ ରାଜପଥ ଫୁଲନଖରା ଛକ ଠାରେ ୨୦୦୩ ସ୍ଥାପନ କରାଯାଇଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ, ଆଜି ସକାଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉଦବୋଧନ ଦେଇଥିଲେ ।
ପ୍ରଥମେ ସ୍ୱାଧୀନଚେତା ମହାନ୍ତି, କଟକ ସଦର ବିଜେପି ନେତା ପ୍ରଦୀପ ବେହେରା, ସ୍ଥାନୀୟ ୱ।ର୍ଡ଼ ର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ବ୍ରହ୍ମାନନ୍ଦ ଆଚାର୍ଯ୍ୟ, ସୁରେନ୍ଦ୍ର ଛୋଟରାୟ, ହୃଷିକେଶ ଜେନା , କେଦାର ନାଥ ଜେନା, ପ୍ରମୁଖ ମାଲ୍ୟାର୍ପଣ କରି ନେତାଜୀଙ୍କ ସଂପର୍କରେ ଉଦବୋଧନ ଦେଇଥିଲେ । ସେହିପରି ବିଜେପି ପକ୍ଷରୁ ରାଜ୍ୟ ଉପସଭାପତି ତଥା କୃଷକ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଗୋଲଖ ମହାପାତ୍ର, କଟକ ସଦର ବିଜେପି ନେତା ତଥା ସମାଜସେବୀ ଇଂଞିନିୟର ପ୍ରକାଶ ଚନ୍ଦ୍ର ସେଠୀ ,
ବିଏମସି ୪ନମ୍ବର ୱ।ର୍ଡ଼ର କର୍ପୋରେଟର ସୁକୁମାର ସାହୁ, ସହଯୋଗ ଓଡିଶାର ସଭାପତି ଗଣେଶ ପ୍ରସାଦ ଦାସ, ପୂର୍ବତନ କଟକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ବିଜେପି ନେତା ପ୍ରତାପ ରାଉତରାୟ ପ୍ରମୁଖ ବିଜେପି କର୍ମୀମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ୱାଧୀନତା ପାଇଁ ନେତାଜୀଙ୍କ ଅବଦାନ ଏକଲା ଚଲୋ ଡାକରା ସଂପର୍କରେ ମତବ୍ୟକ୍ତ କରିଥିଲେ । କଟକ ସଦର ବିଜୁ ଯୁବ ଛାତ୍ରର ସଦସ୍ୟ ମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲା ବେଳେ ପୁଲନଖରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଏକ ରାଲିରେ ଆସି ନେତାଜୀଙ୍କ ପ୍ରତୀମୂର୍ତ୍ତୀରେ ମାଲ୍ୟାର୍ପଣ କରି ଥିଲେ ।


No Result
View All Result