No Result
View All Result
୧୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ଫୁଲନଖରା ନିଆଳି ରାସ୍ତାର ଅମଣ। କୁଦ ଛକ ସ୍ଥିତ ଏକ ନାମ ଫଳକ ତୋରଣ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭାରମ୍ଭ ହୋଇଅଛି। ଆମଣା କୁଦ ଗ୍ରାମ ତଥା ଗ୍ରାମପଞ୍ଚାୟତର ନାମ କରଣ ଚିହ୍ନଟ ଲାଗି ଆମଣାକୁଦ ଗ୍ରାମର ବରିଷ୍ଠ ନାଗରିକ ତପନ କୁମାର ମହାପାତ୍ର ,ଦୀପ୍ତି, ଙ୍କ ସମେତ ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ କୁମାର ବଳିଆର ସିଂହ,

ଅଶୋକ କୁମାର ପାଇକରାୟ,, ହିମାଂଶୁ ସୁନ୍ଦରାୟ, ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହି ଭିତ୍ତି ପ୍ରସ୍ତରର ଶୁଭାରମ୍ଭ କରିଛନ୍ତି । ଏହି ତୋରଣ ନିର୍ମାଣ ଗ୍ରାମବାସୀଙ୍କ ନିଜ ଆର୍ଥିକ ସହାୟତାରେ ହେଉ ଅଛି । ପ୍ରକାଶ ଯେ ଏହି ଆମଣାକୁଦ ଗ୍ରାମ ଛକ ଏବଂ ଗ୍ରାମର ଚିହ୍ନଟ ଲାଗି ଏଠାରେ ଦକ୍ଷିଣ ଦିଗରେ ଥିବା ପୁରାଣ ପ୍ରସିଦ୍ଧ ପ୍ରାଚୀ ନଦୀ ତଟସ୍ତ ସାଧୁ ଗୋସ୍ଵାଇଁଙ୍କ ପୀଠ ପ୍ରାଚୀ ମୁକ୍ତି ତୀର୍ଥ ରହିଛି ।

ଏହା ଲୋକଙ୍କ ନଜରକୁ ଆସୁନାହିଁ । ଏହି ଗ୍ରାମରେ ମଧ୍ଯ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ , ମିଶନ ଶକ୍ତି କାର୍ଯ୍ୟାଳୟ ସମେତ ବାର ଭୁଜା ସେବା ସମବାୟ ସମିତି , ଏବଂ ହାଇ ସ୍କୁଲ , ଡାକ ଘର ରହିଅଛି । ଏଣୁ ଏହି ଛକରେ ନାମ ଫଳକ ତୋରଣ ରହିବା ଆବଶ୍ୟକ ହୋଇପଡ଼ିଛି ।

No Result
View All Result