No Result
View All Result
୧୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ/ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଫୁଲନଖରା ସ୍ଥିତ ଲକ୍ଷେଶ୍ୱର ହାଇସ୍କୁଲର ୧୯୭୯ ମସିହା ବ୍ୟାଚର ମାଟ୍ରିକ୍ ଛାତ୍ରଛାତ୍ରୀ ୪୫ ବର୍ଷ ପରେ ନିଜ ସ୍କୁଲକୁ ଆସି ଏକତ୍ରିତ ହୋଇଥିଲେ । ଛାତ୍ର ଜ୍ୟୋତି ରଞ୍ଜନ ମହାନ୍ତି, ପ୍ରମୋଦ କୁମାର ରାଉତରାୟ, ଧରଣୀ ଧର ବେହେରା , ସୁକାନ୍ତ ପଟ୍ଟନାୟକ , ଛାତ୍ରୀ ଆଡ଼ଭୋକେଟ ସୁଜାତା ଦାସଙ୍କ ଆହ୍ୱାନ କ୍ରମେ ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ସ୍କୁଲରେ ପହଞ୍ଚି, ପରସ୍ପରକୁ ଦେଖି ବହୁତ ଖୁସି ହୋଇଯାଇଥିଲେ ।

ସେମାନେ ଯେଉଁ ଚାଳଛପର ଶ୍ରେଣୀ ଗୃହ ଏବଂ ଆଜବେଷ୍ଟ ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଥିଲେ ତାର ଚିହ୍ନ ବର୍ଣ୍ଣ ଦେଖିବାକୁ ପାଇ ନଥିଲେ । ଏବେ ସ୍କୁଲଟି ୫ଟିରେ ପରିବର୍ତ୍ତନ ହୋଇ ସୁନ୍ଦର କୋଠା ସାଙ୍ଗକୁ ସ୍ମାଟ ଶ୍ରେଣୀଗୃହରେ ପିଲାମାନେ ବସି ପାଠ ପଢ଼ିବାର ସୁଯୋଗ ପାଉଥିବା ଜାଣି ଖୁସି ହୋଇଯାଇଥିଲେ । ସେଦିନର ମାଟି ଚାଳଘର ନାହିଁ କି ସେ ସମୟରେ ଆଜବେଷ୍ଟ ଶ୍ରେଣୀ ଗୃହର ଚିହ୍ନ ବର୍ଣ୍ଣ ଦେଖିବାକୁ ଆଉ ମିଳିବନାହିଁ ।

ସେ ସମୟରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଯେଉଁ ଶିକ୍ଷକ ମାନେ ପାଠ ପଢ଼ାଉଥିଲେ , ସେମାନଙ୍କ ମଧ୍ୟରୁ ପ୍ରଧାନ ଶିକ୍ଷକ ଚିନ୍ତାମଣି ଜେନା , ସହକାରୀ ପ୍ରଧାନ ଶିକ୍ଷକ ପିତାମ୍ବର ସ୍ୱାଇଁ, ନୀଳମାଧବ ଦାସ , ପୁରାତନ ଛାତ୍ର ବିଭୁତି ପ୍ରସାଦ ମହାନ୍ତି ଇହଧାମ ଗମନ କରିସାରିଛନ୍ତି । ସେମାନଙ୍କ ସ୍ମୃତିରେ ଏହି ପୁରାତନ ଛାତ୍ରଛାତ୍ରୀମାନେ ଦୁଇ ମିନିଟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରେ ସ୍କୁଲରୁ ଅବସର ନେଇ ସାରିଥିବା ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକ,

ପଦ୍ମଲାଭ ରାଜ (ରାଜୁ ସାରେ ) ସନାତନ ଦାସ, ପଣ୍ଡିତ ପ୍ରତାପ ଚନ୍ଦ୍ର ଦାଶ ,ଏବଂ ବର୍ତ୍ତମାନ ଲକ୍ଷେଶ୍ୱର ନୋଡ଼ାଲ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମଥ ନାଥ ଦେ ଙ୍କୁ ପୁରାତନ ଛାତ୍ରଛାତ୍ରୀ ମାନେ ସାଲ ଓ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ,ଶିକ୍ଷକଙ୍କ ଠାରୁ ଆଶୀର୍ବାଦ ନେଇଥିଲେ । ଆୟୋଜିତ ବନ୍ଧୁମିଳନରେ ଉପସ୍ଥିତ ରହିଥିବା ବର୍ତ୍ତମାନର ପ୍ରଧାନ ଶିକ୍ଷକ ସ୍କୁଲର ଏକ ହିନ୍ଦି ଶ୍ରେଣୀ ଗୃହର ଅଭାବ ରହିଥିବା ସଂପର୍କରେ ପୁରାତନ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପୁରାତନ ଛାତ୍ରଛାତ୍ରୀ ମାନେ ମୋ ସ୍କୁଲ ଯୋଜନାରେ ହିନ୍ଦୀ କ୍ଲାସ ରୁମ ନିର୍ମାଣ ପାଇଁ ସହଯୋଗ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ଉକ୍ତ ଛାତ୍ରଛାତ୍ରୀ ମାନେ ପରସ୍ପର ମଧ୍ୟରେ ସିଲଭର ଜୁବୁଲି ସେଲିବ୍ରେସନ ପାଳନ କରିବା ସହିତ ଭାବର ଆଦାନ ପ୍ରଦାନ ସାଙ୍ଗକୁ ପାଠ ପଢିବା ସମୟର ବିଭିନ୍ନ ଘଟଣା ସବୁ ବର୍ଣ୍ଣନା କରିଥିଲେ । ଆଗାମୀ ଦିନରେ ଏହି ବନ୍ଧୁମିଳନକୁ ବଡ଼ଧରଣର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଶେଷରେ ଭୋଜିଭାତ ଖାଇ ଘରକୁ ଫେରି ଯାଇଥିଲେ । ଏହି କାର୍ଯ୍ୟ କ୍ରମରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ସହଯୋ କରିଥିଲେ ।

No Result
View All Result