୧୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ମାହାଙ୍ଗା ପୁଷ୍ପଗିରି ଏର୍କଣା ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏଥିରେ ଯୁବ ଛାତ୍ର ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସମସ୍ତେ ଏର୍କଣା ବଜାର ଭଞ୍ଜମଣ୍ଡପ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ଉଚ୍ଚ ଶିକ୍ଷା ମନ୍ତ୍ରି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ମହୋଦୟ ,

ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ । ତାପରେ ବିଜୁ ବାବୁ ଙ୍କ ପ୍ରତି ମୂର୍ତ୍ତି ଠାରୁ ପାଞ୍ଚ ହଜାର ଯୁବ ଛାତ୍ର ଙ୍କ ସହିତ ବିରାଟ ଶୋଭା ଯାତ୍ରା ରେ ପହଞ୍ଚି ଥିଲେ । ତା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀଯକ୍ତ ଅତନୁ ସବ୍ୟସାଚୀ ମହୋଦୟ ,

ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ , ମାହାଙ୍ଗା ବ୍ଲକ୍ ର ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧି ତ୍ରିନାଥ ଜେନା ,ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି ,41- ନଂ ଜିଲ୍ଲା ପରିଷଦ ଜଗବନ୍ଧୁ ସେଠୀ , ପୁଷ୍ପଗିରି ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ବେହେରା ,

ପୁଷ୍ପଗିରି ମହାବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ମଲ୍ଲିକ ମଧ୍ୟ ଏହି ସଭା ରେ ଉପସ୍ଥିତ ଥିଲେ । ଏହି ବାର୍ଷିକ ଉତ୍ସବରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଇଥିରେ ବିଶେଷ ଆକର୍ଷଣ ଥିଲା ଶିଶିର ଡ୍ୟାନସ ଗ୍ରୁପ୍ ଓ ଓଡ଼ିଆ ସିନେ ଅଭିନେତ୍ରୀ ଶୀତଲ । ଏହି ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀ ମାନେ ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ବହୁ ଧୁମ୍ ଧାମରେ ପାଳନ କରି ଥିଲେ ।
















