୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଜୟ ଜଗନ୍ନାଥ ଅପ୍ରଣ ରଥ ୧ନଂ ୱାର୍ଡ଼ ସ୍ବର୍ଣ୍ଣ ବିହାର ସାହିରୁ ଆରମ୍ଭ ହୋଇ ବାଲୁଗାଁ ବଜାର, ଅଶୋକ ନଗର ଓ ସୂର୍ଯ୍ୟ ନଗର ପର୍ଯ୍ୟନ୍ତ ଗଡିଥିଲା। ଏହି ରଥରେ ପ୍ରତ୍ୟେକ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରାଯାଇଥିଲା ।
ଏହି ରଥ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କ ତତ୍ତ୍ୱାବଧାନରେ, ବିଜେଡି ଉପସଭାପତି ତଥା ଚିଲିକା ପର୍ଯ୍ୟବେକ୍ଷକ ସୌମ୍ୟ ଶଙ୍କର ଚକ୍ର , ଏନଏସି ବିଜେଡି ସଭାପତି ଶ୍ରୀଯୁକ୍ତ ଜୟନ୍ତ କୁମାର ସ୍ୱାଇଁ ଏବଂ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଯୁବ ସଂଗଠକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଇକରାୟଙ୍କ ସୁପରିଚାଳନାରେ ଜୟ ଜଗନ୍ନାଥ ଅର୍ପଣ ରଥ ବାଲୁଗାଁ ସହରରେ ପରିକ୍ରମା କରିଥିଲା ।
ଉକ୍ତ କାର୍ଯ୍ୟକ୍ରମଟି ବହୁତ ଭକ୍ତି, ଭାବ ବିହ୍ଵଳ ପରିବେଶ ରେ ଏବଂ ଶହ ଶହ ଜଗନ୍ନାଥ ପ୍ରେମୀଙ୍କ ଜୟ ଜଗନ୍ନାଥ ନାମ, ହରିବୋଲ ଡାକ, ଶଙ୍ଖ ଏବଂ ଘଣ୍ଟର ବାଦ୍ୟ ଧ୍ୱନୀରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ଜଗନ୍ନାଥ ପ୍ରେମୀମାନେ ଗୁଆ, ଚାଉଳ ଏବଂ ଅର୍ଥରାଶି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିଲେ ।
ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ପ୍ରଧାନ, ସମସ୍ତ ପାରିଷଦ ବର୍ଗଙ୍କ ସହ ବାଲୁଗାଁ ଏନ୍.ଏ.ସି. ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରାଣନାଥ ସେଠ୍ ଏବଂ ସମସ୍ତ କର୍ମଚାରୀ ସହୋଯୋଗ କରିଥିଲେ।