• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୫ ବର୍ଷରେ ଖୁଚୁରା ଋଣ ଦ୍ୱିଗୁଣ ହୋଇ ୯୬ ଟ୍ରିଲିୟନ ଟଙ୍କାରେ ପହଂଚିବ:ଆଇସିଆଇସିଆଇ ବ୍ୟାଙ୍କ

Proprietor Abhimanyu Maharana by Proprietor Abhimanyu Maharana
December 17, 2019
in ଓଡ଼ିଶା, ବାଣିଜ୍ୟ, ହୋମ୍
0
୫ ବର୍ଷରେ ଖୁଚୁରା ଋଣ ଦ୍ୱିଗୁଣ ହୋଇ ୯୬  ଟ୍ରିଲିୟନ ଟଙ୍କାରେ ପହଂଚିବ:ଆଇସିଆଇସିଆଇ ବ୍ୟାଙ୍କ
Share on FacebookShare on TwitterWhatsapp
  • ଗୃହ ଓ ଅନସିକ୍ୟୁର୍ଡ଼ ଋଣ ଏକ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବ
  • କ୍ଷୁଦ୍ର ସହରରେ ଖୁଚୁରା ଋଣ ଅଭିବୃଦ୍ଧି ଦ୍ରୁତ ହେବ
  • ଡ଼ିଜିଟାଲ ଋଣ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟି ଲାଭ ବୃଦ୍ଧି ପାଇବ
  • ମୁମ୍ବାଇ,୧୭/୧୨: କ୍ରିସିଲ ପ୍ରସ୍ତୁତ ଆଇସିଆଇସିଆଇର ଏକ ରିପୋର୍ଟ
    ଅନୁଯାୟୀ ୨୦୧୯ ମାର୍ଚ୍ଚରେ ଦେଶର ଖୁଚୁରା ଋଣ ପରିମାଣ ୪୮ ଟ୍ରିଲିୟନ ଟଙ୍କା ଥିଲାବେଳେ ୨୦୨୪ ସୁଦ୍ଧା ଏହା ଦ୍ୱିଗୁଣିତ ହୋଇ ୯୬ ଟ୍ରିଲିୟନ ଟଙ୍କାରେ ପହଂଚିବ । ଗୃହ , କାର, ଖାଉଟି ଉପକରଣ, କ୍ରେଡ଼ିଟ କାର୍ଡ଼ ଆଦି ଖାଉଟି ଉପଯୋଗୀ ସାମଗ୍ରୀର ଚାହିଦା ବୃଦ୍ଧି ଯୋଗୁଁ ଆଗାମୀ ୫ ବର୍ଷରେ ଋଣ କ୍ଷେତ୍ରରେ ଏପ୍ରକାର ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି । ଏହି ସାମଗ୍ରୀ ପାଇଁ ଜନସାଧାରଣ ଋଣ ଆବଶ୍ୟକ କରିବେ ।
    ଏଥିସହ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଋଣରେ ଚାହିଦା ବୃଦ୍ଧି ପାଇବ । ଇତିମଧ୍ୟରେ ଡ଼ାଟା ବିଶ୍ଲେଷଣ ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିଛି । ଖାଉଟି ତଥ୍ୟ ଉପଲବଧି ମଧ୍ୟ ସରଳ ହୋଇଛି । ଏସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଋଣ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି । ଆଇସିଆଇସିଆଇ ପ୍ରସ୍ତୁତ ଏହି ରିପୋର୍ଟର ଶୀର୍ଷକ ରହିଛି ‘ ଖୁଚୁରା ଋଣ କ୍ଷେତ୍ରରେ ସୁବର୍ଣ୍ଣ ସୁଯୋଗ ଅନ୍ୱେଷଣ’ । ଏହି ରିପୋର୍ଟରେ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ପରିଚାଳନା ସଂପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ପ୍ରଦାନ କରାଯାଇଥିବାବେଳେ ଅର୍ଥନୀତି, ନିୟନ୍ତ୍ରଣ ବ୍ୟବସ୍ଥା, ପ୍ରଯୁକ୍ତି ଉପଯୋଗ ସଂପର୍କରେ ତଥ୍ୟ ପ୍ରଦାନ କରାଯାଇଛି ଯାହା ଖୁଚୁରା ଋଣ ଚାହିଦା ବୃଦ୍ଧିରେ ସହାୟକ ହୋଇପାରିବ । ବ୍ୟାଙ୍କର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଡ଼ିସେମ୍ବର ୧୭ ତାରିଖରେ ଉନ୍ମୋଚିତ ହୋଇଥିବା ଏହି ରିପୋର୍ଟରେ ବନ୍ଧକ ଋଣ ସଂପର୍କରେ କୁହାଯାଇଛି ଯେ, ୨୦୨୪ ଆର୍ଥିକ ବର୍ଷରେ ସ୍ୱଳ୍ପ ମୂଲ୍ୟର ଋଣ ବା ସଂପତି ବନ୍ଧକ ବିନିମୟରେ ଋଣ
  • ବଜାର ୪୬.୧ ଟ୍ରିଲିୟନ ଟଙ୍କାରେ ପହଂଚିବ । ସେହିପରି ବ୍ୟକ୍ତିଗତ ଋଣ ବା
  • କ୍ରେଡ଼ିଟ କାର୍ଡ଼ ୧୩.୮ ଟ୍ରିଲିୟନ ଟଙ୍କାରେ ପହଂଚିବ । ଏମଏସ୍ଏମଇ ଋଣ
  • ପରିମାଣ ୧୩.୨ ଟ୍ରିଲିୟନ ଟଙ୍କାରେ ପହ�ିବ । ବ୍ୟବସାୟିକ, ଦୁଇ ଚକିଆ ଓ ୪
  • ଚକିଆ ଯାନ ବାବଦ ଋଣ ପରିମାଣ ୧୭.୫ ଟ୍ରିଲିୟନ ଟଙ୍କାରେ ପହ�ିବ ।
  • ଏହି ପରିପ୍ରେକ୍ଷୀରେ ଆଇସିଆଇସିଆଇ ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
  • ଅନୁପ ବାଗ୍ଚୀ କହିଛନ୍ତି ଯେ, ମୁଣ୍ଡପିଛା କ୍ରୟ ଶକ୍ତିକୁ ବିଚାରକୁ ନେଲେ
  • ଭାରତର ଅଭିବୃଦ୍ଧି ଏବେ ୭୭୬୨ ଆମେରିକୀୟ ଡ଼ଲାର ରହିଛି । ଆଗାମୀ
  • ୫ ବର୍ଷରେ ଭାରତର ଘରୋଇ ଖୁଚୁରା ଋଣ ବଜାର ଦ୍ୱିଗୁଣ ହୋଇ ୯୬
  • ଟ୍ରିଲିୟନରେ ପହଂଚିବ ବୋଲି ପୂର୍ବାନୁମାନ କରାଯାଉଛି ବୋଲି ସେ କହିଥିଲେ
  • ା ବଜାର ସଂପ୍ରସାରଣ ଦିଗରେ ୫ଟି ସ୍ତମ୍ବ ସହାୟକ ହୋଇପାରିବ । ପ୍ରଥମଟି ହେଲା
  • ଅଧିକ ସୂଚନା ଉପଲବଧି ଯୋଗୁଁ ଋଣ ପ୍ରତି ଥିବା ବିପଦ ହ୍ରାସ ପାଇଛି ।
  • ଦ୍ୱିତୀୟଟି ହେଲା ପ୍ରତିଦ୍ୱନ୍ଦ୍ୱିତାଶୀଳ ହେବା ପାଇଁ ଗ୍ରାହକ ଦେୟ ବାବଦ ବ୍ୟୟରେ
  • ହ୍ରାସ । ତୃତୀୟଟି ହେଲା ଉପଯୁକ୍ତ ନିୟନ୍ତ୍ରଣ ବ୍ୟବସ୍ଥା ଓ ବିଭିନ୍ନ କିସମ ଋଣ ପ୍ରଦାନ
  • ପାଇଁ ସରକାରୀ ପଦକ୍ଷେପ । ୪ର୍ଥଟି ହେଲା ଡ଼ିଜିଟାଲ ମାଧ୍ୟମରେ ଋଣ ପ୍ରଦାନ
  • ୫ଗୁଣ ବୃଦ୍ଧି ପାଇ ୧୫ ଟ୍ରିଲିୟନ ଟଙ୍କାରେ ପହଂଚିିଛି । ୫ମଟି ହେଲା ପ୍ରଯୁକ୍ତି
  • ଓ ତଥ୍ୟ ବିଶ୍ଲେଷଣର ଉପଯୋଗ ।
  • ଏହାଦ୍ୱାରା ଲାଭ ବୃଦ୍ଧି ପାଇବ ବୋଲି କହିଛନ୍ତି କ୍ରିସିଲର ସଭାପତି ତଥା ସିଓଓ
  • ଅମିଶ ମେହେଟ୍ଟା । ୫୦ଟି ଅଗ୍ରଣୀ ସହର ବାହାରେ ଛୋଟ ସହରରେ ଅଭିବୃଦ୍ଧି
  • ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେଣୁ ପାଣ୍ଠି କ୍ଷେତ୍ରରେ
  • ଶକ୍ତିଶାଳୀ, ଦୃଢ଼ ବିତରଣ ବ୍ୟବସ୍ଥା ଓ ପ୍ରଯୁକ୍ତିର ବ୍ୟାପକ ଉପଯୋଗ
  • କରିପାରୁଥିବା ଆର୍ଥିକ ଅନୁଷ୍ଠାନ ଏକ୍ଷେତ୍ରରେ ସଫଳତା ଲାଭ କରିପାରିବ
  • ବୋଲି ସେ କହିଛନ୍ତି । ଏବେ ବଜାରରେ ୫ଟି ଆର୍ଥିକ ସଂସ୍ଥା ନିଜ ପ୍ରାଧାନ୍ୟ
  • ଜାହିର କରୁଛନ୍ତି । ଉଦାହରଣ ସ୍ୱରୂପ ଗୃହ ଋଣ କ୍ଷେତ୍ରରେ ଦେଶରେ ୧୦୦ ସଂସ୍ଥା
  • କାର୍ଯ୍ୟ କରୁଥଲେ ମଧ୍ୟ ଏକ୍ଷେତ୍ରରେ ୫ଟି ସଂସ୍ଥାର ବଜାର ଅଂଶଧନ ହେଉଛି ୫୦% ।
  • ଏହି ରିପୋର୍ଟରେ ଅନ୍ୟାନ୍ୟ ବିଷୟ ସଂପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି ।
  • ସେଗୁଡ଼ିକ ହେଲା ଗୃହଋଣ ନେଉଥିବା ବ୍ୟକ୍ତିଙ୍କ ଜମି ରେକର୍ଡ଼
  • ଡ଼ିଜିଟାଲକରଣ ଏବଂ ଗୃହକ�ର୍ାଙ୍କ ଅନୁମୋଦନକ୍ରମେ ଏହାକୁ ଆର୍ଥିକ
  • ଅନୁଷ୍ଠାନକୁ ପ୍ରଦାନ । ଡ଼ିଜିଟାଲ ପରିଦେୟ ଉପରେ ଅଧିକ ଆସ୍ଥା । ସୃଜନ
  • କେନ୍ଦ୍ର, ତଥ୍ୟ ସୁରକ୍ଷା, ବ୍ୟକ୍ତିଗତ ଗୋପନୀୟତା, ଗ୍ରାହକ ସୁରକ୍ଷା ଓ ଋଣ ମୂଲ୍ୟ ଆଦି
  • ସଂପର୍କରେ ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି । ଏ ସମସ୍ତ ବିଷୟ ସହ ସକରାତ୍ମକ
  • ମନୋଭାବ ସଂଯୋଗରେ ଲାଭରେ ସ୍ଥିରତା ଆସିପାରିବ ବୋଲି ରିପୋର୍ଟରେ
  • କୁହାଯାଇଛି ।
  • ରିପୋର୍ଟରେ ଏକଥା ମଧ୍ୟ ଦର୍ଶାଯାଇଛି ଯେ, ସରକାରୀ ଉଦ୍ୟୋଗ ବ୍ୟାଙ୍କ
  • ତୁଳନାରେ ଘରୋଇ ବ୍ୟାଙ୍କର ବଜାର ଅଂଶରେ ବୃଦ୍ଧି ଘଟିବ । ଆନ୍ତର୍ଜାତିକ

ଧାରାକୁ ଅନୁସରଣ କରି ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ଆହୁରି ଅନେକ ନୂଆ ସଂସ୍ଥା ବଜାର ପ୍ରବେଶ କରିବେ ବୋଲି ମଧ୍ୟ ଆଶା କରାଯାଉଛି । ଏହି ରିପୋର୍ଟ ପ୍ରସ୍ତୁତି ପାଇଁ ଖୁଚୁରା ଋଣ ଶିଳ୍ପର ୨୦୦ ଜଣ ବିଶେଷଜ୍ଞଙ୍କ ମତାମତ
ଗ୍ରହଣ କରାଯିବା ସହ କ୍ରିସିଲର ଆର୍ଥିକ ଆକଳନ ମଡ଼େଲକୁ ବିଚାରକୁ ନିଆଯାଇଛି । ଏଥିସହ ବିଭିନ୍ନ କ୍ଷେତ୍ରର ଗ୍ରାହକଙ୍କ ଆର୍ଥିକ ଆବଶ୍ୟକତା ସଂପର୍କରେ ଆଇସିଆଇସିଆଇ ବ୍ୟାଙ୍କର ଉପଲବଧି, ବ୍ୟାଙ୍କ ସଂପର୍କରେ ଗ୍ରାହକଙ୍କ
ସଚେତନତା, ବାର୍ଷିକ ରିପୋର୍ଟ, ଆରବିଆଇ, ଏସ୍ଏଲବିସି, ଏସ୍ଆଇଏଏମର ଶିଳ୍ପ ତଥ୍ୟ, ଅର୍ଥନୀତି ଉପରେ ଆନ୍ତର୍ଜାତିକ ତଥ୍ୟ ଏହି ରିପୋର୍ଟ ପ୍ରସ୍ତୁତିରେ ସହାୟକ ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026

Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026
ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି ଟିପିସିଓଡିଏଲ୍‌

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version