- ଗୃହ ଓ ଅନସିକ୍ୟୁର୍ଡ଼ ଋଣ ଏକ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବ
- କ୍ଷୁଦ୍ର ସହରରେ ଖୁଚୁରା ଋଣ ଅଭିବୃଦ୍ଧି ଦ୍ରୁତ ହେବ
- ଡ଼ିଜିଟାଲ ଋଣ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟି ଲାଭ ବୃଦ୍ଧି ପାଇବ
- ମୁମ୍ବାଇ,୧୭/୧୨: କ୍ରିସିଲ ପ୍ରସ୍ତୁତ ଆଇସିଆଇସିଆଇର ଏକ ରିପୋର୍ଟ
ଅନୁଯାୟୀ ୨୦୧୯ ମାର୍ଚ୍ଚରେ ଦେଶର ଖୁଚୁରା ଋଣ ପରିମାଣ ୪୮ ଟ୍ରିଲିୟନ ଟଙ୍କା ଥିଲାବେଳେ ୨୦୨୪ ସୁଦ୍ଧା ଏହା ଦ୍ୱିଗୁଣିତ ହୋଇ ୯୬ ଟ୍ରିଲିୟନ ଟଙ୍କାରେ ପହଂଚିବ । ଗୃହ , କାର, ଖାଉଟି ଉପକରଣ, କ୍ରେଡ଼ିଟ କାର୍ଡ଼ ଆଦି ଖାଉଟି ଉପଯୋଗୀ ସାମଗ୍ରୀର ଚାହିଦା ବୃଦ୍ଧି ଯୋଗୁଁ ଆଗାମୀ ୫ ବର୍ଷରେ ଋଣ କ୍ଷେତ୍ରରେ ଏପ୍ରକାର ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି । ଏହି ସାମଗ୍ରୀ ପାଇଁ ଜନସାଧାରଣ ଋଣ ଆବଶ୍ୟକ କରିବେ ।
ଏଥିସହ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଋଣରେ ଚାହିଦା ବୃଦ୍ଧି ପାଇବ । ଇତିମଧ୍ୟରେ ଡ଼ାଟା ବିଶ୍ଲେଷଣ ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିଛି । ଖାଉଟି ତଥ୍ୟ ଉପଲବଧି ମଧ୍ୟ ସରଳ ହୋଇଛି । ଏସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଋଣ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି । ଆଇସିଆଇସିଆଇ ପ୍ରସ୍ତୁତ ଏହି ରିପୋର୍ଟର ଶୀର୍ଷକ ରହିଛି ‘ ଖୁଚୁରା ଋଣ କ୍ଷେତ୍ରରେ ସୁବର୍ଣ୍ଣ ସୁଯୋଗ ଅନ୍ୱେଷଣ’ । ଏହି ରିପୋର୍ଟରେ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ପରିଚାଳନା ସଂପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ପ୍ରଦାନ କରାଯାଇଥିବାବେଳେ ଅର୍ଥନୀତି, ନିୟନ୍ତ୍ରଣ ବ୍ୟବସ୍ଥା, ପ୍ରଯୁକ୍ତି ଉପଯୋଗ ସଂପର୍କରେ ତଥ୍ୟ ପ୍ରଦାନ କରାଯାଇଛି ଯାହା ଖୁଚୁରା ଋଣ ଚାହିଦା ବୃଦ୍ଧିରେ ସହାୟକ ହୋଇପାରିବ । ବ୍ୟାଙ୍କର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଡ଼ିସେମ୍ବର ୧୭ ତାରିଖରେ ଉନ୍ମୋଚିତ ହୋଇଥିବା ଏହି ରିପୋର୍ଟରେ ବନ୍ଧକ ଋଣ ସଂପର୍କରେ କୁହାଯାଇଛି ଯେ, ୨୦୨୪ ଆର୍ଥିକ ବର୍ଷରେ ସ୍ୱଳ୍ପ ମୂଲ୍ୟର ଋଣ ବା ସଂପତି ବନ୍ଧକ ବିନିମୟରେ ଋଣ - ବଜାର ୪୬.୧ ଟ୍ରିଲିୟନ ଟଙ୍କାରେ ପହଂଚିବ । ସେହିପରି ବ୍ୟକ୍ତିଗତ ଋଣ ବା
- କ୍ରେଡ଼ିଟ କାର୍ଡ଼ ୧୩.୮ ଟ୍ରିଲିୟନ ଟଙ୍କାରେ ପହଂଚିବ । ଏମଏସ୍ଏମଇ ଋଣ
- ପରିମାଣ ୧୩.୨ ଟ୍ରିଲିୟନ ଟଙ୍କାରେ ପହ�ିବ । ବ୍ୟବସାୟିକ, ଦୁଇ ଚକିଆ ଓ ୪
- ଚକିଆ ଯାନ ବାବଦ ଋଣ ପରିମାଣ ୧୭.୫ ଟ୍ରିଲିୟନ ଟଙ୍କାରେ ପହ�ିବ ।
- ଏହି ପରିପ୍ରେକ୍ଷୀରେ ଆଇସିଆଇସିଆଇ ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
- ଅନୁପ ବାଗ୍ଚୀ କହିଛନ୍ତି ଯେ, ମୁଣ୍ଡପିଛା କ୍ରୟ ଶକ୍ତିକୁ ବିଚାରକୁ ନେଲେ
- ଭାରତର ଅଭିବୃଦ୍ଧି ଏବେ ୭୭୬୨ ଆମେରିକୀୟ ଡ଼ଲାର ରହିଛି । ଆଗାମୀ
- ୫ ବର୍ଷରେ ଭାରତର ଘରୋଇ ଖୁଚୁରା ଋଣ ବଜାର ଦ୍ୱିଗୁଣ ହୋଇ ୯୬
- ଟ୍ରିଲିୟନରେ ପହଂଚିବ ବୋଲି ପୂର୍ବାନୁମାନ କରାଯାଉଛି ବୋଲି ସେ କହିଥିଲେ
- ା ବଜାର ସଂପ୍ରସାରଣ ଦିଗରେ ୫ଟି ସ୍ତମ୍ବ ସହାୟକ ହୋଇପାରିବ । ପ୍ରଥମଟି ହେଲା
- ଅଧିକ ସୂଚନା ଉପଲବଧି ଯୋଗୁଁ ଋଣ ପ୍ରତି ଥିବା ବିପଦ ହ୍ରାସ ପାଇଛି ।
- ଦ୍ୱିତୀୟଟି ହେଲା ପ୍ରତିଦ୍ୱନ୍ଦ୍ୱିତାଶୀଳ ହେବା ପାଇଁ ଗ୍ରାହକ ଦେୟ ବାବଦ ବ୍ୟୟରେ
- ହ୍ରାସ । ତୃତୀୟଟି ହେଲା ଉପଯୁକ୍ତ ନିୟନ୍ତ୍ରଣ ବ୍ୟବସ୍ଥା ଓ ବିଭିନ୍ନ କିସମ ଋଣ ପ୍ରଦାନ
- ପାଇଁ ସରକାରୀ ପଦକ୍ଷେପ । ୪ର୍ଥଟି ହେଲା ଡ଼ିଜିଟାଲ ମାଧ୍ୟମରେ ଋଣ ପ୍ରଦାନ
- ୫ଗୁଣ ବୃଦ୍ଧି ପାଇ ୧୫ ଟ୍ରିଲିୟନ ଟଙ୍କାରେ ପହଂଚିିଛି । ୫ମଟି ହେଲା ପ୍ରଯୁକ୍ତି
- ଓ ତଥ୍ୟ ବିଶ୍ଲେଷଣର ଉପଯୋଗ ।
- ଏହାଦ୍ୱାରା ଲାଭ ବୃଦ୍ଧି ପାଇବ ବୋଲି କହିଛନ୍ତି କ୍ରିସିଲର ସଭାପତି ତଥା ସିଓଓ
- ଅମିଶ ମେହେଟ୍ଟା । ୫୦ଟି ଅଗ୍ରଣୀ ସହର ବାହାରେ ଛୋଟ ସହରରେ ଅଭିବୃଦ୍ଧି
- ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେଣୁ ପାଣ୍ଠି କ୍ଷେତ୍ରରେ
- ଶକ୍ତିଶାଳୀ, ଦୃଢ଼ ବିତରଣ ବ୍ୟବସ୍ଥା ଓ ପ୍ରଯୁକ୍ତିର ବ୍ୟାପକ ଉପଯୋଗ
- କରିପାରୁଥିବା ଆର୍ଥିକ ଅନୁଷ୍ଠାନ ଏକ୍ଷେତ୍ରରେ ସଫଳତା ଲାଭ କରିପାରିବ
- ବୋଲି ସେ କହିଛନ୍ତି । ଏବେ ବଜାରରେ ୫ଟି ଆର୍ଥିକ ସଂସ୍ଥା ନିଜ ପ୍ରାଧାନ୍ୟ
- ଜାହିର କରୁଛନ୍ତି । ଉଦାହରଣ ସ୍ୱରୂପ ଗୃହ ଋଣ କ୍ଷେତ୍ରରେ ଦେଶରେ ୧୦୦ ସଂସ୍ଥା
- କାର୍ଯ୍ୟ କରୁଥଲେ ମଧ୍ୟ ଏକ୍ଷେତ୍ରରେ ୫ଟି ସଂସ୍ଥାର ବଜାର ଅଂଶଧନ ହେଉଛି ୫୦% ।
- ଏହି ରିପୋର୍ଟରେ ଅନ୍ୟାନ୍ୟ ବିଷୟ ସଂପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି ।
- ସେଗୁଡ଼ିକ ହେଲା ଗୃହଋଣ ନେଉଥିବା ବ୍ୟକ୍ତିଙ୍କ ଜମି ରେକର୍ଡ଼
- ଡ଼ିଜିଟାଲକରଣ ଏବଂ ଗୃହକ�ର୍ାଙ୍କ ଅନୁମୋଦନକ୍ରମେ ଏହାକୁ ଆର୍ଥିକ
- ଅନୁଷ୍ଠାନକୁ ପ୍ରଦାନ । ଡ଼ିଜିଟାଲ ପରିଦେୟ ଉପରେ ଅଧିକ ଆସ୍ଥା । ସୃଜନ
- କେନ୍ଦ୍ର, ତଥ୍ୟ ସୁରକ୍ଷା, ବ୍ୟକ୍ତିଗତ ଗୋପନୀୟତା, ଗ୍ରାହକ ସୁରକ୍ଷା ଓ ଋଣ ମୂଲ୍ୟ ଆଦି
- ସଂପର୍କରେ ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି । ଏ ସମସ୍ତ ବିଷୟ ସହ ସକରାତ୍ମକ
- ମନୋଭାବ ସଂଯୋଗରେ ଲାଭରେ ସ୍ଥିରତା ଆସିପାରିବ ବୋଲି ରିପୋର୍ଟରେ
- କୁହାଯାଇଛି ।
- ରିପୋର୍ଟରେ ଏକଥା ମଧ୍ୟ ଦର୍ଶାଯାଇଛି ଯେ, ସରକାରୀ ଉଦ୍ୟୋଗ ବ୍ୟାଙ୍କ
- ତୁଳନାରେ ଘରୋଇ ବ୍ୟାଙ୍କର ବଜାର ଅଂଶରେ ବୃଦ୍ଧି ଘଟିବ । ଆନ୍ତର୍ଜାତିକ
ଧାରାକୁ ଅନୁସରଣ କରି ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ଆହୁରି ଅନେକ ନୂଆ ସଂସ୍ଥା ବଜାର ପ୍ରବେଶ କରିବେ ବୋଲି ମଧ୍ୟ ଆଶା କରାଯାଉଛି । ଏହି ରିପୋର୍ଟ ପ୍ରସ୍ତୁତି ପାଇଁ ଖୁଚୁରା ଋଣ ଶିଳ୍ପର ୨୦୦ ଜଣ ବିଶେଷଜ୍ଞଙ୍କ ମତାମତ
ଗ୍ରହଣ କରାଯିବା ସହ କ୍ରିସିଲର ଆର୍ଥିକ ଆକଳନ ମଡ଼େଲକୁ ବିଚାରକୁ ନିଆଯାଇଛି । ଏଥିସହ ବିଭିନ୍ନ କ୍ଷେତ୍ରର ଗ୍ରାହକଙ୍କ ଆର୍ଥିକ ଆବଶ୍ୟକତା ସଂପର୍କରେ ଆଇସିଆଇସିଆଇ ବ୍ୟାଙ୍କର ଉପଲବଧି, ବ୍ୟାଙ୍କ ସଂପର୍କରେ ଗ୍ରାହକଙ୍କ
ସଚେତନତା, ବାର୍ଷିକ ରିପୋର୍ଟ, ଆରବିଆଇ, ଏସ୍ଏଲବିସି, ଏସ୍ଆଇଏଏମର ଶିଳ୍ପ ତଥ୍ୟ, ଅର୍ଥନୀତି ଉପରେ ଆନ୍ତର୍ଜାତିକ ତଥ୍ୟ ଏହି ରିପୋର୍ଟ ପ୍ରସ୍ତୁତିରେ ସହାୟକ ହୋଇଛି ।