୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ :-> ପାଟଣାଗଡ ଥାନା ଏନ୍ଏସି ଅନ୍ତର୍ଗତ ବ୍ରହ୍ମପୁରା ସ୍ଥିତ ଏଲଆଇସି କୋଲୋନିର କୃଷ୍ଣଚନ୍ଦ୍ର ବାଗ ନିଶା ଗ୍ରସ୍ତ ଅବସ୍ତାରେ ନିଜ ସ୍ତ୍ରୀ ଅଞ୍ଜନା ବାଗକୁ ଟାଙ୍ଗିଆରେ ହାଣିବାପରେ ପୁଲିସ ଦ୍ଵାରା ଗିରଫ ହୋଇ ଆଜି କୋଟ ଚାଲାଣ ହୋଇଛନ୍ତି । ସୂଚନା ଅନୁସାରେ ସ୍ବାମୀ ପ୍ରାୟତ ଦିନତମାମ ନିଶା ଗ୍ରସ୍ତ ଅବସ୍ଥାରେ ରହୁଥିବାରୁ ଏହାକୁ ତାଙ୍କ ସ୍ତ୍ରୀ ବାରମ୍ବାର ବାରଣ କରିଆସୁଥିଲେ । ଯାହାକୁନେଇ କିଛି ମାସ ହେଲା ଉଭୟଙ୍କ ମଧ୍ୟରେ ସବୁବେଳେ ବଚସା ଲାଗିରହୁଥିଲା ।

ଆଜି ସକାଳେ କୃଷ୍ଣଚନ୍ଦ୍ର ତାଙ୍କ ସ୍ତ୍ରୀକୁ ମାୟାବତୀ ନଦୀକୁ ମିଶିକି ଗାଧୋଇ ଜିବାକୁ କହିଥିଲେ । ଏହାକୁ ସ୍ତ୍ରୀ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ପୁଣି ଆଜି ବଚସା ଆରମ୍ଭ ହୋଇଥିଲା । ବଚସାପରେ ସ୍ତ୍ରୀ ଅଞ୍ଜନା ଏକୁଟିଆ ମାୟାବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ପଛେପଛେ କୃଷ୍ଣଚନ୍ଦ୍ର ଘରୁ ଏକ ଟାଙ୍ଗିଆ ଧରି ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ୨ ଗୋଟି ଦେଶୀ ପାଉଚ ପିଇବାପରେ ନଦୀ କୂଳକୁ ଜାଇଥିଲେ । ସେଠାରେ ପୁଣି ଉଭୟଙ୍କ ମଧ୍ୟରେ ବଚସା ହେବାପରେ କୃଷ୍ଣଚନ୍ଦ୍ର ରାଗରେ ଜର୍ଜରିତ ହୋଇ ନଦୀ ଉପରୁ ତଲକୁ ଆସି ସ୍ତ୍ରୀ ଗାଧୋଉଥିବା ସମୟରେ ସ୍ତ୍ରୀ ଙ୍କ ମୁଣ୍ଡରେ ଟାଙ୍ଗିଆ ଚୋଟ ମାରିଥିଲେ ।

ଘଟଣାସ୍ଥଳରେ ସ୍ତ୍ରୀ ତଲେପଡି ଛଟପଟ ହେଉଥିବା ସମୟରେ ଲୋକଙ୍କ ଭୟରେ କୃଷ୍ଣଚନ୍ଦ୍ର ସେଠାରୁ ଫେରାର ମାରିଥିଲେ । ଖବରପାଇ ମୃତ ମହିଳାଙ୍କ ପୁଅ ଓ ବହୂ ଘଟଣାସ୍ଥଳରେ ପହଂଚି ପୁଲିସକୁ ଖବରଦେଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ପୁଅଙ୍କ ଲିଖିତ ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରି କୃଷ୍ଣଚନ୍ଦ୍ର ଙ୍କୁ ବ୍ରାହ୍ମପୁରାରୁ ଗିରଫ କରି ଥାନାକୁ ଆଣିଥିଲା । ଥାନାରେ ଅଧିକ ପଚରାଉଚରା ପରେ ଅପରାହ୍ନ ସମୟରେ କୃଷ୍ଣଚନ୍ଦ୍ର ଙ୍କୁ ପୁଲିସ କୋଟ ଚାଲାଣ କରିଥିଲା । କୋର୍ଟରେ ତାଙ୍କ ଜାମିନ ନାମଂଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଏସଆଇ ବ୍ରଜକିଶୋର ପଣ୍ଡା ଙ୍କ ଠାରୁ ଜଣାପଡିଛି ।














