୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ତଳ ବାଲିଯାତ୍ରା ପଡ଼ିଆରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ପରେ ଉପର ବାଲିଯାତ୍ରା ପଡ଼ିଆ ରେ ଅନୁଷ୍ଠିତ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଫାଇଭ ଟି ଓ ନବୀନ ଓଡିଶାର ଅଧକ୍ଷ ଭି କେ ପାଣ୍ଡିୟାନ ।
ଆୟୋଜିତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ସ୍ତର ରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଜେଡି ନେତୃବୃନ୍ଦଙ୍କୁ ଉଦବୋଧନ ଦେଇଥିଲେ ଫାଇଭ ଟି ଓ ନବୀନ ଓଡିଶା ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିୟାନ।
ଏହା ସହ ଆଗାମୀ-୨୦୨୪ – ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା ଟାଣ କରିବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ପଂଚାୟତର ଅଭିଯୋଗ ଗ୍ରହଣ କରିଥିଲେ ଫାଇଫ ଟି ଅଧକ୍ଷ -ଓ ଏହି ଅଭିଯୋଗ ଗୁଡିକ ସାତ ଦିନ ମଧ୍ୟରେ ର ସମାଧାନ କରାଯିବ ବୋଲି କହିଥିଲେ 5t ଅଧକ୍ଷ
– ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅନ୍ୟତମ ଜିଲ୍ଲା କଟକ କୁ ସବୁ ସମୟରେ ଗୁରୁତ୍ୱ ଦେଇ ଆସିଛନ୍ତି – କଟକ ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ସ୍ଥାନ ସେଥିପାଇଁ କଟକ ର ଉନ୍ନତି ପାଇଁ ନେତାଜୀ ବସ ଟ୍ରମିନାଲ ହେଉ କିମ୍ବା ଏସିସିବି ମେଡିକାଲ କୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ
– ଅତୀତରେ ତାଳଦଣ୍ଡା କେନାଲ ର ସୌନ୍ଦର୍ଯ୍ୟ କରଣ ପାଇଁ ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ଡ଼କ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ବର୍ତ୍ତମାନ ର ବିଧାୟକ ସୌଭିକ ବିଶ୍ୱାଳ ଙ୍କ ସହ ଆଲୋଚନା କରିଥିଲେ ଆଉ ଆଜି ତାହା ବାସ୍ତବ ରୂପ ନେଇଛି ବୋଲି ଫାଇଫ ଟି ଅଧକ୍ଷ କହିଥିଲେ
–କଟକ ରେ ଏପରି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଥିବାରୁ ଫାଇପ ଟି ଅଧକ୍ଷ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି କଟକ ଜିଲ୍ଲାର ସମସ୍ତ ନେତା । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ,
ଦେବୀ ପ୍ରସାଦ ମିଶ୍ର ବିଧାୟକ ବଡ଼ମ୍ବା , ବିଧାୟକ ସୌଭିକ ବିଶ୍ୱାଳ , ବିଧାୟକ ଚନ୍ଦ୍ର ସାରଥୀ ବେହେରା , ଡ଼କ୍ଟର ରଞ୍ଜନ ବିଶ୍ୱାଳ , ଡ଼କ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ପୂର୍ବତନ ବିଧାୟକ, ପ୍ରମୁଖ ଉପସ୍ଥିତ ଥିଲେ ।