No Result
View All Result

୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବରୁଣେଇଠାରେ ତା 22/12/2023 ରିଖଠାରୁ 27/04/2023 ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଉନବିଂଶତମ ରାଜ୍ୟସ୍ତରୀୟ ସ୍କାଉଟ ଓ ଗାଇଡ଼ ପ୍ରତିଯୋଗିତାରେ ଭାଗ ନେଇଥିବା 30ଟି ଜିଲ୍ଲା ମଧ୍ୟରୁ ଗଜପତି ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିନେଇଛି l ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ନିର୍ଦେଶ ଓ ଜିଲ୍ଲା କ୍ରୀଡା ମୁଖ୍ୟ ଶ୍ରୀଯୁକ୍ତ ସୁରେଶ ପାତ୍ରଙ୍କ ତତ୍ୱାବଧାନ କ୍ରମେ ଜିଲ୍ଲା ତରଫରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ କେ.ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶେଷ ସଫଳତା ହାସଲ କରି ଜିଲ୍ଲାର ଗୌରବକୁ ଦ୍ବିଗୁଣିତ କରିଛନ୍ତି l

ଏତଦ ବ୍ୟତୀତ ଜିଲ୍ଲାର ଏହି ସୁନାମ ଅର୍ଜନ ପଛରେ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦାସ, ଶ୍ରୀମତୀ ତପସ୍ୱିନୀ ପଣ୍ଡା ଓ ଶ୍ରୀମତୀ ମାତାଙ୍ଗିନୀ ଗୁରୁଙ୍କ ବଳିଷ୍ଠ ଭୂମିକା ରହିଥିଲା l ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରୁ ପ୍ରାୟ 17 ଜଣ ଛାତ୍ରୀ ତଥା ପ୍ରିୟଙ୍କା ଗମାଙ୍ଗ, ରାଜେଶ୍ୱରୀ ନାୟକ, ଝିଲ୍ଲୀ ରଇତ, ମିନି ଶବର, ପ୍ରିୟା ଗମାଙ୍ଗ, ଜ୍ୟୋତି ମଣ୍ଡଳ, ଗୌତମୀ ଭୂୟାଁ,

ସନ୍ତୋଷୀ ଦଳବେହେରା, ମିକି ରଇତ, ମୋନାଲିସା ବଡ଼ନାୟକ, ଜାନକୀ କାର୍ଜି, ଶିବାନୀ ଦେବୀ, ନୀଳମାଧଵ ନାୟକ, ମିଟୁ ମଣ୍ଡଳ, ନୀର ମଣ୍ଡଳ, ଲଷ୍ମୀ ଭୂୟାଁ, ମାମୁନି ରଇତ ଆଦି ଅଂଶଗ୍ରହଣ କରି ବିଦ୍ୟାଳୟର ଗାରିମାକୁ ଉଚ୍ଚକୁ ନେଇଛନ୍ତି l ଛାତ୍ରଛାତ୍ରୀମାନଙ୍କ ଏହି ସଫଳତା ପଛରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା, ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ, ହିନ୍ଦୀ ଶିକ୍ଷୟତ୍ରୀ ସୁଶ୍ରୀ ରବିନା ଦାସଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ l


No Result
View All Result