୩୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଇଲେଭେନ୍ ଷ୍ଟାର୍ କ୍ଳବ୍ ବେଣାପଞ୍ଜରି ଆନୁକୁଲ୍ୟରେ ଆୟୋଜିତ ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଶନିବାର ଉଦଯାପିତ ହୋଇଯାଇଛି । ବେଣାପଞ୍ଜରୀ ଫୁଟବଲ୍ ପ୍ଲେ ଗ୍ରାଉଣ୍ଡ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୭ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ୭୨କ୍ଳବ୍ ଠାଣାପଲି ବେଗୁନିଆ ଖୋର୍ଦ୍ଧା ଓ ମା’ବାଉତି ଗୋଲ୍ଡେନ କ୍ଳବ୍ ଗୋଠ ବଣିଆଁ ଅରଗୁଲ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଖେଳର ଦ୍ଵିତୀୟାର୍ଦ୍ଧରେ ଗୋଲ୍ଡେନ କ୍ଲବର ସୁନିଲ ନାୟକ ଏକ ଚିତ୍ତାକର୍ଷକ ଗୋଲକରି ନିଜ ଟିମକୁ ଠଣାପଲି ଠାରୁ ୧-୦ ଗୋଲରେ ବିଜୟୀ କରାଇଥିଲେ । ଆୟୋଜିତ ପୁରସ୍କାର ବିତରଣି ଉତ୍ସବରେ କାରୀ ମୂଖତଦିର ଓ ହାଫିଜ୍ ମୁଖତାର ଯୋଗଦେଇ ରନର୍ସଅପ୍ ଟିମକୁ ନଗଦ ୨ହଜାର ଓ ଚମ୍ପିୟାନ ଟିମକୁ ନଗଦ ୩ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ ।














