୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବୋଲଗଡ :-> ବୋଲଗଡ ପଞ୍ଚାୟତ ଅନ୍ତର୍ଗତ ବୋଲଗଡ ନୂଆ ସାହିର ସ୍ବର୍ଗତ ପଦ୍ମନାଭ ସାହୁଙ୍କ ପୁତ୍ର ଶ୍ରି ନରେନ୍ଦ୍ର କୁମାର ସାହୁ ଓ ତାଙ୍କ ପରିବାର ବର୍ଗ ଘର ସମ୍ମୁଖରେ କେତେକ ଅସାମାଜିକ ଯୁବକ ପଥର ବାଡ ଓ ତାର ବାଡ କରି ରାସ୍ତା ଅବରୋଧ କରିଥିବାରୁ,ତାର ପ୍ରତିବାବଦରେ ଆମରଣ ଅନଶନ ମଙ୍ଗଳ ବାର ଦିନ ବୋଲଗଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କରି ଅଛନ୍ତି। ଶ୍ରୀ ନରେନ୍ଦ୍ର କୁମାର ସାହୁ ଆମରଣ ଅନଶନ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ବୋଲଗଡ ତହସିଲଦାର ଶ୍ରୀମତୀ ନିବେଦିତା ପରିଡ଼ା,

ବିଡ଼ିଓ ଶ୍ରୀ ଶରତ କୁମାର ମଲିକ, ଥାନା ଅଧିକାରୀଣି ଶ୍ରୀଯୁକ୍ତ ସ୍ନିଗ୍ଧା ମୟି ବରାଡ, ଖୋର୍ଦ୍ଦା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ଖୋର୍ଦ୍ଦା , ଖୋର୍ଦ୍ଦା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଫାଇଭ ଟି ଅଧକ୍ଷ ଭି କେ ପଣ୍ଡିଆନ ପ୍ରମୁଖଙ୍କୁ ପ୍ରଦାନ କରି ଥିବାର ସୂଚନା ଦେଇଛନ୍ତି। ଶ୍ରୀ ସାହୁ ଓ ତାଙ୍କ ପରିବାର ବର୍ଗ ପୁରୁଷାନୁ୍କ୍ରମେ ପ୍ଲଟ ନମ୍ବର ୧୯୩୩ (ଘରବାରି) ଜାଗାରେ ଘର କରି ବସବାସ କରି ଆସୁଛନ୍ତି। ପଥର ବାଡ ଓ ତାର ବାଡ କରି ରାସ୍ତା ଅବରୋଧ କରିଥିବାରୁ ନରେନ୍ଦ୍ର କୁମାର ସାହୁଙ୍କ ପରିବାର ବର୍ଗ ଘରୁ ବାହାରକୁ ବାହାରି ପାରୁନାହାନ୍ତି।

ଏ ସମ୍ପର୍କରେ ବୋଲଗଡ ତହସିଲଦାର ନିବେଦିତା ପରିଡ଼ାଙ୍କୁ ପଚାରିବାରୁ କୁହନ୍ତି ଆମରଣ ଅନଶନକାରୀ ନରେନ୍ଦ୍ର କୁମାର ସାହୁ ଓ ତାଙ୍କ ପରିବାର ବର୍ଗ ଆଜକୁ ବହୁ ବର୍ଷ ଧରି ସରକାରୀ ଜମିକୁ ଜବରଦଖଲ କରି ଘର କରି ରହୁଛନ୍ତି। ନୂଆସାହି ଗ୍ରାମବାସୀ ମାନେ ପ୍ରତିଦିନ ଯାତାୟାତ କରିବା ପାଇଁ ଅସୁବିଧା ହେଉଥିବାରୁ କିଛି ଯୁବକ ତାର ବାଡ କରିଛନ୍ତି। ତେଣୁ ଏହି ଜାଗାକୁ ସରକାରୀ ସ୍ଥରରେ ମାପ ଚୁପ କରାଯିବ। ଉପଯୁକ୍ତ ନାୟ ନମିଳିଲେ ଅନଶନ କାରି ଆମରଣ ଅନଶନ ଜାରି ରହିବ ବୋଲି ସୁଚନା ଦେଇଛନ୍ତି। କିଛକ୍ଷତି ଘଟିଲେ ତହସିଲ କର୍ତ୍ତୃପକ୍ଷ ଦାଇ ରହିବେ ବୋଲି ଅନଶନ କାରୀ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି।














