୨୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା :-> ରବିବାର ଅପରାହ୍ନ -୨ ଘଟିକା ସମୟ ରେ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଉଷୁମା ଗ୍ରାମପଞ୍ଚାୟତ ର ଉଷମା ଗ୍ରାମ ର ବାବାଜୀ ଚରଣ ମହାପାତ୍ର ଓ ବିକାଶ ଚରଣ ମହାପାତ୍ର ଦୁଇ ଜଣଙ୍କର ୪ ବଖରା ଘର ଅଗ୍ନି କାଣ୍ଡ ରେ ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି । ଉକ୍ତ ଖବର ପାଇ ସଙ୍ଗେ ସଙ୍ଗେ କୁଆଁପାଳ ଦମକଳ ବାହୀନି ପହଞ୍ଚି ଥିଲେ ।

ଆଉ ଯୋଉ -୪ ବଖରା ଘର ଜଳୁଥିବା ଅବସ୍ଥା ରେ ଆୟତ କୁ ଆଣି ଥିଲେ । କିନ୍ତୁ ମହାପାତ୍ର ବାବୁ ଙ୍କର ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି । ଉକ୍ତ ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ର ଜନ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ତାଙ୍କ ନିଜସ୍ଵ ପାଣ୍ଠି ରୁ ଦୁଇ ପରିବାର ଙ୍କୁ ପାଲ,

କମଳ, ମସୁରୀ, ଟ୍ରଚ ଲାଇଟ୍ , ରାସନ ସାମଗ୍ରୀ ଓ ଅର୍ଥ ରାଶି ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସୁତାର, ସମିତି ସଭ୍ୟ ଦୁର୍ଗା ପ୍ରସାଦ ବାରିକ , ଯୁବ ସଭାପତି ଶରତ ଚନ୍ଦ୍ର ମହାପାତ୍ର , ୱାର୍ଡ ସଭ୍ୟ , ଦଳର ବରିଷ୍ଠ କର୍ମୀ ରବିନ୍ଦ୍ର ମହାନ୍ତି , ବଟକୃଷ୍ଣ ମହାନ୍ତି ,

ଅଜୟ ମହାନ୍ତି, ଗଣେଶ୍ୱର ସେଠୀ , ବିନୟ ମହାପାତ୍ର , ରବୀନ୍ଦ୍ର ମହାପାତ୍ର ଓ ବିଜୟ ବଳ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାମଗ୍ରୀ ପ୍ରଦାନ କରିଥିଲେ । ତା ପରେ ଉଷୁମା ଗ୍ରାମ ପଞ୍ଚାୟତ ର କାଏରପୁର ରାଜସ୍ବ ନୀରିକ୍ଷକ ତଦନ୍ତ କରି ସରକାରୀ ପାଲ ମଧ୍ୟ ତହସିଲ ମାହାଙ୍ଗା ରୁ ପ୍ରଦାନ କରିଥିଲେ ।













