No Result
View All Result
୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ଥାନା ସରମୁହାଣ ରେ ଥିବା ଏସବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ ଘଟଣାର ସିନ୍ ରିକ୍ରିସନ ଦେଖାଇଲା ପୁଲିସ । ୬ ଜଣ ଅନ୍ତରାଜ୍ୟ ଲୁଟେରା ଗିରଫ ଅଭିଯୁକ୍ତମାନଙ୍କୁ ଗତକାଲି ପୁଲିସ ରିମାଣ୍ଡ ରେ ଆଣିଥିବା ବେଳେ ଆଜି ଦିନ ୧୧ ଟା ରେ ୪ ଗୋଟି ସ୍ଥାନ ରେ ସେମାନ ଙ୍କ ସିନ ରକ୍ରିସନ କରିଥିଲା ।୬ ଜଣ ଅନ୍ତରାଜ୍ୟ ଲୁଟେରାକୁ ଏକ କଡା ସୁରକ୍ଷା ବଳୟ ଭିତରେ ଏସଡିପିଇଓ ଜ୍ୟୋର୍ତିମୟ ଭୁକ୍ତା ଓ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଙ୍କ ନେତୃତ୍ବ ରେ ପ୍ରଥମେ କାଦୋପଡା ସ୍ଥିତ ଇଲୋକ୍ଟ୍ରେନିକ ଦୋକାନ ରୁ ୯୫୦୦ ଟଙ୍କା ରେ କିଣିଥିବା କଟର ,

ରାମଜୀଛକ ସ୍ଥତ ଏକ ଲୁହା ଦୋକାନ ରୁ ଗ୍ୟାସ ଲିଭା ସ୍ପେୟାର ,ରାମପୁର କୁକୁରମୁଣ୍ଡା ଛକ ରେ ଥିବା ଏକ ଚାରିଚକିଆ ଗ୍ୟାରେଜ ରୁ ଏକ ଅକ୍ସିଜେନ ସିଲିଣ୍ଡର ଚୋରି କରି ନେଇଥିବା ସହ ସରମୁହାଣ ଏସବିଆଇ ଏଟିଏମ୍ କୁ ଏହି ସବୁ ଉପକରଣ କୁ ନେଇ କିପରି ଅଭିଯୁକ୍ତ ମାନେ ଟଙ୍କା ଲୁଟ କରିଥିଲେ । ତାହାର ଗୋଟି ଗୋଟି କରି ସିନ ରକ୍ରିସନ ପୁଲିସ କୁ ସେମାନେ ଦେଖାଇଥିଲେ ।

ଏଥିସହ ଏହି ଲୁଟେରା ମାନେ ରାଜସ୍ଥାନ ,ଉତ୍ତରପ୍ରଦେଶ ,ହରିୟାଣା ପ୍ରଭୃତି ଅଞ୍ଚଳରେ ମଧ୍ୟ ଏଟିଏମ ଟଙ୍କା ଲୁଟ୍ ସହ ବିଭିନ୍ନ ସ୍ଥାନ ରେ ଟ୍ରକ ମାନେ ଚୋରାଇ ଥିବା ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ହାତରେ ଆହୁରି ୨୪ ଘଣ୍ଟା ସମୟ ଥିବା ବେଳେ ଅଭିଯୁକ୍ତ ମାନେ ଆଉ କେଉଁକେଉଁ ସ୍ଥାନରେ ଅପରାଧିକ ମାମଲା ରେ ଜଡିତ ଅଛନ୍ତି କି ବୋଲି ପୁଲିସ ପ୍ରୟାସ ଚଳାଇଥିବା ଜଣାପଡିଛି ।


No Result
View All Result