No Result
View All Result
୨୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :-> ମାର୍ଗଶୀର ମାସର ଚତୁର୍ଥ ତଥା ଶେଷପାଳୀ ଗୁରୁବାର ।ପ୍ରଭୁ ଜଗନ୍ନାଥ ପାଟରାଣି ମାଁ ଲକ୍ଷ୍ମୀ ଧନ ଓ ଐଶ୍ଚର୍ଯ୍ୟର ଅଧିଷ୍ଠାତ୍ରି ମାଁ ମହାଲକ୍ଷ୍ମୀ ତେଣୁ ଏହିଦିନ ଓଡିଆ ସଂସ୍କୃତି ଓ ପରମ୍ପରା ଅଷ୍ଟଲକ୍ଷ୍ମ ଙ୍କ ମଧ୍ୟରେ ଧାନ୍ୟ ଲକ୍ଷ୍ମୀ ଙ୍କୁ ମାର୍ଗଶୀର ମାସ ଗୁରୁବାର ରେ ଉପାସନା କରିବାର ବିଧି ରହିଆସିଛି । ଏହି ଦିନ ମାଣପୂର୍ଣ୍ଣ ଧାନ ଶସ୍ୟ କୁ ଲକ୍ଷ୍ମୀ ଭାବେ ପୂଜା କରାଯାଇଥାଏ । ଓଡ଼ିଶା ସମେତ ପୁରପଲ୍ଲୀ ର ଘରେ ଘରେ ପାଳିତ ହେଉଥିବା ସମସ୍ତ ପର୍ବ ପର୍ବାଣୀ ମଧ୍ୟରେ ମାଣବସା ଗୁରୁବାର ସ୍ବତନ୍ତ୍ର ବୈଶିଷ୍ଟ୍ୟ ରହିଛି । ସମଗ୍ର ହିନ୍ଦୁ ସମାଜ ରେ ଲକ୍ଷ୍ମୀ ପୂଜା ପ୍ରଚଳିତ। କିନ୍ତୁ ମାର୍ଗଶିର ମାସ ମାଣବସା ଗୁରୁବାର କେବଳ ଓଡିଆ ମାନଙ୍କ ଏକାନ୍ତ ନିଜସ୍ବ ପର୍ବ ।

ମାର୍ଗଶିର ମାସ ଗୁରୁବାର ମାଁ ଲକ୍ଷ୍ମୀ ଙ୍କ ର ବାର । ବ୍ରାହ୍ମଣ ଚଣ୍ଡାଳ ସବୁ ଓଡିଆ ଘରେ ଏହି ପର୍ବ ପାଳନ କରାଯାଏ । ଜାତି ଅଜାତି ଭେଦ ଭାବ ଏହି ପୂଜା ରେ ନାହିଁ । ମାର୍ଗଶିର ପ୍ରତ୍ୟେକ ଗୁରୁବାର ମାଁ ଙ୍କୁ ଆବାହନ କରାଯାଏ । ଏହି ଦିନ ଓଡିଆ ଗୃହିଣୀ ମାନେ ଝୋଟି ,ଚିତା ,ଧାନ ଶିଶା ,ଅଙ୍କୁଳୀ ଚିତା ଆଦି ପକାଇ ପାରମ୍ପାରିକ ଢଙ୍ଗ ରେ ସଜାଇ ଥାନ୍ତି । ସେହି ପରି ମାଁ ଙ୍କ ନିକଟରେ ଲାଗି ହେଉଥିବା ପ୍ରସାଦ ମଧ୍ୟ ଓଡିଆ ଙ୍କ ନିଜସ୍ବ ରାନ୍ଧଣା ର ନିଚ୍ଛକ ନିଦର୍ଶନ ।

ନଡିଆ କୋରା ଦିଆ ମୁଣ୍ଡା ,କାକରା ପିଠା ମାଁ କୁ ଲାଗି କରାଯାଇଥାଏ । ଗୃହିଣୀଙ୍କ ରୁପରେ ମାଁ ଲକ୍ଷ୍ମୀ ଙ୍କ କଳ୍ପନା କରାଯାଇଛି । କାହିଁ କେଉଁ ଅନାଦି କାଳରୁ ମାଁ କୁ ଧନଧାନ୍ୟ ,ସ୍ନେହ ,ବାତ୍ସଲ୍ୟ ,ଦୟା, କ୍ଷମା ର ପ୍ରତୀକ ରୂପେ ବିବେଚନା କରାଯାଇଛି । ପ୍ରତି ଟି ଓଡ଼ିଆ ଘରେ ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ବ୍ରତ ଅତ୍ୟନ୍ତ ନିଷ୍ଠା ର ସହ ପାଳନ କରାଯାଏ । ଓଡ଼ିଆ ଙ୍କର ସମୃଦ୍ଧ ସାମାଜିକ ଓ ଆଧ୍ୟାତ୍ମିକ ଚଳଣି ଏଥିରୁ ସ୍ପଷ୍ଟ ବାରି ହୋଇ ପଡିଛି ।

No Result
View All Result