ଯୋଡା ପୌରପାଳିକାରେ କ୍ରୀଡା ଉତ୍ସବର ଶୁଭାରମ୍ଭ କଲେ – ଚମ୍ପୁଆ ବିଧାୟିକା

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡା ପୌରପାଳିକାରେ #ନୂଆ-ଓ *ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ,ଫୁଟବଲ,କବାଡି ଏବଂ ଭଲିବଲ ଖେଳର ଶୁଭାରମ୍ଭ ହୋଇଯାଇଛି ।ଉକ୍ତ କ୍ରୀଡା ଉତ୍ସବରେ ସ୍ଥାନୀୟ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳୀ ମାନଙ୍କର ଉତ୍ସାହ ବଢାଇଥିଲେ ଏବଂ ତାଙ୍କର ଶତପ୍ରତିଶତ ଦେଇ ଖେଳିବାକୁ ପରାମର୍ଶ ଦେଇଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପ୍ରତ୍ୟେକ ଖେଳକୁଗୁରୁତ୍ବ ଦେଇ ଆସୁଛନ୍ତି ଏବଂ ଖେଳରୁ ଅଦୃଶ୍ୟ ହୋଇଯାଉଥିବା ପ୍ରତିଭା ସଂପନ୍ନ ଖେଳାଳୀଙ୍କୁ ଖୋଜି ବାହାର କରିବା ହେଉଛି ଆମ ସରକାରଙ୍କ ମୁଳ ଉଦେଶ୍ୟ ବୋଲି ବିଧାୟିକା ଶ୍ରୀମତି ମହାନ୍ତ

ତାଙ୍କ ଉଦବୋଧନରେ କହିଥିଲେ । ଏହି କ୍ରୀଡା ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଯୋଡା ପୌରାଧ୍ୟକ୍ଷ ଡ.ଜଗଦିଶ ସାହୁ,ଉପାଧ୍ୟକ୍ଷା ସଂଧ୍ୟା ପାତ୍ର ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଉପସ୍ଥିତ ଥିଲେ ।