୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଦଶପଲ୍ଲା :-> ଆଜି ଦଶପଲ୍ଲା ବ୍ଲକ ସ୍ଥିତ ଟାକରା ପଂଚାୟତ ର ମିଟୁକୁଳି ଗ୍ରାମ ନିକଟରେ ଟାକରା ପଞ୍ଚାୟତ ବିଜେଡ଼ି ର ଦୃଢ଼ ସଙ୍ଗଠକ ପ୍ରଦିପ କୁମାର ସାହୁ,ଜଗବନ୍ଧୁ ଆଚାର୍ଯ୍ୟ, ଅଭିମନ୍ୟୁ ସାହୁ,ଧନେଶ୍ଵର ଜାନୀ, ବାନାମ୍ବର ନାଏକ ଙ୍କ ଆହ୍ବାନକ୍ରମେ ଟାକରା ପଞ୍ଚାୟତର ବିଭିନ୍ନ ୱାର୍ଡ ରୁ ପ୍ରାୟ ଶତାଧିକ କର୍ମୀ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ,ନିର୍ମଳ ଭାବମୃତି,ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟର ସଫଳତା ସଂପର୍କରେ ଆଲୋଚନା କରିବା ସହିତ ସାରା ଓଡ଼ିଶା ସମେତ ସମଗ୍ର ଦଶପଲ୍ଲା ର ସାମଗ୍ରିକ ଉନ୍ନତିରେ ସହାୟକ ହୋଇଥିବାରୁ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

ତତ୍ ସହିତ ଟାକରା ପଞ୍ଚାୟତରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ କଥା ଆଲୋଚନା କରି ଦଶପଲ୍ଲା ବିଧାୟକ ଓ କନ୍ଧମାଳ ସାଂସଦ ଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ ।ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନରେ ଟାକରା ପଞ୍ଚାୟତ ରେ କିପରି ବିଜେଡ଼ି ଅଧିକ ସଦୃଢ଼ ହେବ ଦଶପଲ୍ଲା ବିଧାୟକ ରମେଶ ବେହେରା ଙ୍କ ହାତମୁଠା କୁ ଟାଣ କରିବା ସହିତ ପଞ୍ଚାୟତ ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା ।

ପରେ ଟାକରା ପଞ୍ଚାୟତର ବିଜେଡ଼ି ର ଏକ ସ୍ଥାୟୀ କମିଟି ଗଠନ କରାଯାଇଛି । ଉପସ୍ଥିତ କର୍ମୀ ମାନଙ୍କ ସହମତିକ୍ରମେ ସଭାପତି ଭାବରେ ପ୍ରଦିପ କୁମାର୍ ସାହୁ ,ଉପ – ସଭାପତି
ବାନାମ୍ବର ନାଏକ ଓ ସମ୍ପାଦକ ଭାବରେ ଜଗବନ୍ଧୁ ଆଚାର୍ଯ୍ୟ, ସହ – ସମ୍ପାଦକ ଅଭିମନ୍ୟୁ ସାହୁ,କୋଷାଧ୍ୟକ୍ଷ – ଜିତେନ୍ଦ୍ର କୁମାର ସାହୁ ,ସହ – କୋଷାଧ୍ୟକ୍ଷ ଭାବରେ ସନ୍ତୋଷ କୁମାର ମୁଦୁଲି ଙ୍କୁ କର୍ମୀମାନେ ମନୋନୀତ କରିଥିଲେ ।














