୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ଏକବିଂଶ ଶତାବ୍ଦୀରେ ଆଜି ସୁଦ୍ଧା ସମାଜରେ ଶିଶୁ ଶ୍ରମିକ, ବାଲ୍ୟବିବାହ, ଯୌତୁକ ପ୍ରଥା ପରି ସାମାଜିକ କୁସଂସ୍କାର ସମାଜ ପାଇଁ କଳଙ୍କ ବୋଲି ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗ୍ରାମୀଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ କର୍ମଶାଳା ରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ବାରା ନୂତନ ଉନ୍ନତ ଅଭିଳାଷ .
ଓଡ଼ିଶା ଯୋଜନାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ସାମାଜିକ କାର୍ଯ୍ୟକ୍ରମ କର୍ମଶାଳାରେ ଅଧ୍ୟକ୍ଷା ରଶ୍ମିତା ମହାନ୍ତି ସଭାପତିତ୍ବ କରିଥିଲାବେଳେ ନେହେରୁ ସେବାସଂଘର ସଂପାଦିକା ସୁଶ୍ରୀ ସରୋଜିନୀ ଦାଶ ମୁଖ୍ୟ ଅତିଥି , ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ,
ଏକତା ପରିଷଦ ଟ୍ରଷ୍ଟ ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟା ଦେବୀ, ଶିକ୍ଷାବିତ ତ୍ରିନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନେ ନିରନ୍ତର ବିକାଶ ଲକ୍ଷ୍ୟରେ ମାନବିକ ତଥା ସମ୍ବିଧାନିକ ଅଧିକାରର ସୁରକ୍ଷା ସହ ବାଲ୍ୟବିବାହ, ଯୌତୁକ ପ୍ରଥା ର ବିଲୋପ ଓ ଶିଶୁ ଶ୍ରମିକ ର ଉନ୍ମୁଳନ ପାଇଁ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସୁଚିତ୍ରା ଦାଶ ପରିଚୟ ଓ ନୋଡାଲ ଅଧିକାରୀ ସର୍ବେଶ୍ଵର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ ମହାପାତ୍ର, ରୋଜାଲିନ ଦାଶ,କୈଲାଣି ବୈରିଗଞ୍ଜନ, କସ୍ତୁରୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ୩୫୦ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।