ହରିଶଙ୍କର ଭଲି ପୂର୍ଣ୍ୟ ତୀର୍ଥ କ୍ଷେତ୍ର ରେ ଯୁବ ଶ୍ରଦ୍ଧାଳୁ ନିଶା ସେବନ ଠାରୁ ଦୂରେଇ ରହି ପୂର୍ଣ୍ୟ ଅର୍ଜନ କରିବାରେ ଭାଗୀଦାର ହୁଅନ୍ତୁ : ତପୋବନ ଆଶ୍ରମ

୧୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଗୈ।ଡ଼ପାଲି ସ୍ଥିତ ଗୋକୁଳ ତପୋବନ ଆଶ୍ରମ ପକ୍ଷରୁ ପଶ୍ଚିମ ଓଡ଼ିଶା ର ପ୍ରମୁଖ ତୀର୍ଥ ସ୍ଥଳୀ ହରିଶଙ୍କର ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତପୋବନ ଆଶ୍ରମ ର ମୂଖ୍ୟ ପରିଚାଳକ ତଥା ପୁରୋଧା ସପ୍ତା ବରିହା ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆଶ୍ରମ ର ଶତାଧିକ ମହିଲା ପୁରୁଷ ରବିବାର ରାତି ଭୋର ୪ଟ୩୦ ମିନଟ ରେ ନାନ୍ଦୁପଲା ଠାରୁ ଆରମ୍ଭ କରି ହରିଶଙ୍କର ମନ୍ଦିର ପର୍ଯ୍ୟନ୍ତ ଖୋଲ ତାଳ ଧରି ନଗର ସଂକୀର୍ତ୍ତନ ପରିବେଷଣ କରିଥିଲେ।

ପରେ ହରିଶଙ୍କର ମନ୍ଦିର ପାର୍ଶ୍ୱ ,ପାପନାଶିନୀ ଝରଣା ଆଖପାଖ ରେ ପଡି ଥିବା ଅଳିଆ ଆବର୍ଜ୍ଜନା ଆଦି ଝାଡୁ ଧରି ସଫେଇ କରିବା ସହ ଶ୍ରଦ୍ଧାଳୁ ମାନଙ୍କୁ ଅଳିଆ ଆର୍ବଜନା କୁ ଏଣେ ତେଣେ ନ ପକାଇ ଡଷ୍ଟବିନ ରେ ପକାଇବାକୁ ସଚେତନ କରିଥିଲେ ।

ହରିଶଙ୍କର ଭଲି ପୂଣ୍ୟ ତୀର୍ଥ କ୍ଷେତ୍ରରେ ନିଶା ଦ୍ରବ୍ୟ ସେବନ ଠାରୁ ଦୂରେଇ ରହିବା ସହ ପୂର୍ଣ୍ୟ ଅର୍ଜନ କରିବାକୁ ଯୁବକ ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ପ୍ରାୟ ୭ ଖଣ୍ଡ ଗାଁ ଶତାଧିକ ମହିଳା ଓ ପୁରୁଷମାନେ ଯୋଗ ଦେଇଥିଲେ । ସମାଜ ସେବୀ ସରୋଜ କୁମାରସାହୁ ସଫେଇ କାର୍ଯକ୍ରମ ର ପରିଚାଳନାରେ ସହଯୋଗ କରିଥିଲେ ।














