ଯୁବ ପୀଢିର ଆଦର୍ଶ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ

୧୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବଡବିଲ :->  ବଡବିଲ ଏବଂ ଯୋଡା ମହିଳା ବିଦ୍ୟାଳୟ ଠାରେ ରାଜ୍ୟସରକାରଙ୍କ #ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ହେବାକୁ ଥିବା ଖେଳ ପ୍ରତାଯୋଗିତା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ । ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ଟିଏ ହୁଅ ଏବଂ ମା ବାପାଙ୍କ ମୁଣ୍ଡକୁ କେବେ ତଳ ନକରିବାକୁ ପରାମର୍ଶ ଦେବା ସହିତ Impossibleର

ଅର୍ଥ I’m possible ଭାବରେ କରିକି ଦେଖାଇବାକୁ ହେବ ବୋଲି ଶ୍ରୀମତି ମହାନ୍ତ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ ରଖିଥିଲେ । ବଡବିଲ ମହାବିଦ୍ୟାଳୟ କାର୍ଯ୍ୟକ୍ରମରେ ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲଛମନ ମହାନ୍ତ ସମେତ କଲେଜର ଅଧ୍ୟକ୍ଷ ,

ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ଓ ଯୋଡା ମହିଳା ମହାବିଦ୍ୟାଳୟରେ ଯୋଡା ପୌରପରିଷଦର ଉପାଧ୍ୟକ୍ଷା ସଂନ୍ଧ୍ୟା ପାତ୍ର,ବାବୁଲାଲ ସାହୁ,ଦୀପଙ୍କର ବିଶ୍ବାସ ଏବଂ କଲେଜର ସମସ୍ତର କର୍ମକର୍ତ୍ତା ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

ସେହିପରି ଗୁରୁଡାମୁଣ୍ଡା ବସ୍ତି ଯୁବକ ସଂଘ ଦ୍ବାରା ଆୟୋଜିତ ପ୍ରଥମ ବାର୍ଷିକ ନକ୍ ଆଉଟ୍ ଫୁଟବଲ ପ୍ରତିଯୋଗିତାର ଅନ୍ତିମ ଦିବସରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ଯୋଗଦେଇ ପୁରସ୍କାର ବିତୋରଣ କରିବା ସହିତ ଗୁରୁଡା ମୁଣ୍ଡା ବସ୍ତିର ଯୁବକ ମାନଙ୍କୁ ମନବଳ ଦୃଢ କରି ଏକତା ବଜାଇ ରଖିବାକୁ ପରାମର୍ଶ ଦେଇଥିଲେ ।