ଓଡିଶା ତାଜା ନ୍ୟୁଜ୍ (୧୮ ଜୁଲାଇ ଶନିବାର ) କଟକ, ମାହାଙ୍ଗା :- ଜିଲ୍ଲାରେ ପଞ୍ଚମ ଥର ପାଇଁ 15ଦିନିଆ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ମାହାଙ୍ଗା ଥାନା ପକ୍ଷରୁ ବିଭିନ୍ନ ଛକ ବଜାର ମାନଙ୍କରେ ବାହାରେ ବୁଲୁଥିବା ଲୋକ ମାନଙ୍କୁ ସଚେତନ କରାଯିବା ସହ ଅଯଥାରେ ପଦାରେ ବୁଲିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାହାଙ୍ଗା ଆଇଆଇସି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଏଥି ସହ ବିଭିନ୍ନ ବଜାର ଓ ପ୍ରମୁଖ ରାସ୍ତରେ ଆମାନିଆଙ୍କୁ ଲଗାମ ଦେବାପାଇଁ ପୋଲିସ ମୃତୟନ କରାଯିବା ସହ କରୋନା ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ମାକ୍ସ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।
ମହିଳା ସବ ଇନିସ୍ପେକ୍ଟର ଚିନ୍ମୟୀ କରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ କୁଆଁପାଳ କେନାଲ ରୋଡ଼ ଓ ଛାତ୍ରତୋଟା ବଜାରରେ ଚେକିଂ କଡାକଡି କରିବା ସହ ପ୍ରଥମ ଦିନରେ ଲୋକ ମାନଙ୍କୁ ସଚେତନ କରାଇବା ସହ ଆଗକୁ ଭୁଲ କଲେ ଆର୍ଥିକ ଓ ଆଇନ ଗତ ଦଣ୍ଡ ଦିଆଯିବ ବୋଲି ସୂଚାଇ ଦିଆଯାଇଛି । (ରିପୋର୍ଟ- ଲଷ୍ମୀଧର ଖୁଣ୍ଟିଆ)