No Result
View All Result
୧୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଟାଙ୍ଗୀ ବ୍ଲକ୍ ସ୍ତରୀୟ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ଦ୍ଵାରା ଆୟୋଜିତ ୪୦ତମ ଶିଶୁ ଉତ୍ସବ -୨୦୨୩ ଆଜି ପାରିଓରଡ ହାଇସ୍କୁଲ ପରିସରରେ ଆଜି ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବେ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ପାରିଓରଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମମତା ସ୍ବାଇଁ। ଆୟୋଜିତ ଉଦ୍ଘାଟନୀ ସଭାରେ ଅଧ୍ୟକ୍ଷତା କରିଥିଲେ ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ନବକିଶୋର ଚହଟ୍ଟରାୟ।
ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ଓଷ୍ଟା ର ରାଜ୍ୟ ସଭାପତି ପଦ୍ମନାଭ ବିଶ୍ଵାଳ, ମୁଖ୍ୟବକ୍ତା ଭାବେ ଓଷ୍ଟା ର ପ୍ରାକ୍ତନ ଜିଲ୍ଲା ସମ୍ପାଦକ ସନ୍ତୋଷ ଚନ୍ଦ୍ର କର, ସମ୍ମାନିତ ଅତିଥି ଭାବେ ଚଣ୍ଡେଶ୍ଵର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଦୀନବନ୍ଧୁ ସାହୁ, ସମାଜସେବୀ ସର୍ବେଶ୍ଵର ପ୍ରଧାନ, ଶିକ୍ଷକ ବିକ୍ରମ କେଶରୀ ମହାନ୍ତି, ଛାତ୍ର ଛାତ୍ରୀ ତଥା ବିଭିନ୍ନ ବିଦ୍ୟାଳୟରରୁ ଆଗତ ପ୍ରତିଯୋଗୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ। ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର କର,

ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ତ୍ରିଲୋଚନ ମିଶ୍ର,ଲକ୍ଷ୍ମୀ ଧର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ କୁ ସାମଗ୍ରିକ ଭାବେ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ୯୭ଜଣ ପ୍ରତିଯୋଗୀ ୧୪ଟି ବିଦ୍ୟାଳୟ ରୁ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରାଧ୍ୟାପକ ଗଙ୍ଗାଧର ପ୍ରଧାନ, ଚନ୍ଦ୍ରଶେଖର ଦାଶ, ପବିତ୍ର ସ୍ଵାଇଁ, ଭିକାରୀ ଚରଣ ପ୍ରଧାନ,ମାଧଵ ମହାରଣା,ଗୈ।ରାଙ୍ଗ ଚରଣମୁଦୁଲି,ଆଶିଷ କୁମାର ପତି, ଅଜିତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କ୍ରୃତୀ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରତିଭା ଚୟନ କରିଥିଲେ।
ଏହାପରେ ଅପରାହ୍ନ ରେ ଉଦ୍ ଯାପନୀ ତଥା ପୁରସ୍କାର ବିତରଣୀ ସଭା ଓଷ୍ଟାର ଟାଙ୍ଗୀ ବ୍ଲକ୍
ସଭାପତି ବଳରାମ ପାଇକରାୟ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଶିକ୍ଷା ଵିତ୍ ପଦ୍ମନାଭ ବିଶ୍ଵାଳ, ସମ୍ମାନିତ ଭାବେ ସଞ୍ଜୟ ପଟ୍ଟନାୟକ,ବଳରାମଦେଵ ବିଦ୍ୟାପୀଠ, ଟାଙ୍ଗୀ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରମେଶ ବଳବନ୍ତ ରାୟ,
ନବକିଶୋର ଚହଟ୍ଟରାୟ,ଶିଶିର ଦାସ, ପ୍ରଫେସର ଗଙ୍ଗାଧର ପ୍ରଧାନ ପ୍ରମୁଖ ଯୋଗଦେଇ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।୨୦ଜଣ ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଥିଵା ବେଳେ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି ପୋଜିସନ୍ ହାସଲ କରିଥିବା ୩୦ଜଣ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କ୍ରୃତ କରାଯାଇଥିଲା।

No Result
View All Result