No Result
View All Result

୧୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଲେଜରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରାଯାଉଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଚାହାନ୍ତି ଓଡିଶାର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଛାତ୍ରଛାତ୍ରୀଙ୍କର ବିକାଶ ପାଇଁ ସମସ୍ତ କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଏହି ଅବସରରେ କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଅନନ୍ତ ବଳିଆ କ୍ରୀଡା ଉତ୍ସବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହା ୧୦ ଦିନ ଧରି ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ କଲେଜର ଅଧ୍ୟକ୍ଷ ଗଣେଶ ଚନ୍ଦ୍ର ନାୟକ ଅଧକ୍ଷତା କରିଥିଲେ ।

କାର୍ଯ୍ୟକ୍ରମରେ କଟକ ସଦର ବ୍ଲକ ଅତିରିକ୍ତ ବିଡ଼ିଓ ଝାଡେଶ୍ୱର ଦାସ ମୁଖ୍ୟ ଅତିଥି , ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ମୁଖ୍ୟ ବକ୍ତା , ସମାଜସେବୀ ଡାକ୍ତର ଦିନବନ୍ଧୁ ମହାରଣା, ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀ, ତ୍ରୌଲୋକ ପ୍ରଧାନ, କାଳନ୍ଦି ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କ୍ରୀଡା ହେଉ କିମ୍ବା ପାଠ ଛାତ୍ରଛାତ୍ରୀ ମାନେ ନିଷ୍ଠାର ସହିତ କାର୍ଯ୍ୟକଲେ ସଫଳତା ହାସଲ କରିପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ କ୍ରୀଡ଼ାରେ ଭଲିବଲ, ବ୍ୟଡ଼ମିଣ୍ଟନ, କବାଡି, କ୍ରୀକେଟ, କ୍ୟାରମ ଆଦି ଖେଳ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ନନ୍ଦିକା ନାୟକ, ସ୍ନେହଲତା ମହାନ୍ତି, ଅଧ୍ୟାପକ ସାରଙ୍ଗଧର ବିଶ୍ୱାଳ, ପ୍ରଶାନ୍ତ କୁମାର ମହାପାତ୍ର, କଳ୍ପନା ମହାପାତ୍ର, ଗୋପିନାଥ ପଣ୍ଡା, ପ୍ରଦୀପ କୁମାର ସାହୁ, ଜମେଶ୍ୱର ଦେହୁରୀ ପ୍ରମୁଖ ପରିଚାଳନା କରିଥିଲେ ।

No Result
View All Result