No Result
View All Result
୧୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ମୁଁ ଜଣେ ଗରିବ ଲୋକ ମୋର ଝିଅ କୁ ହୃଦ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ କରିବାକୁ ଅସମର୍ଥ ଥିଲି । ମୁଁ ଧାରକରଜ କରି ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାକୁ ନେଇ ହତାଶ ହୋଇପଡିଥିଲି ବୋଲି କୋହଭରା କଣ୍ଠରେ ବାଗ କୁହନ୍ତି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେଙ୍ଗାଲି ପଞ୍ଚାୟତ ଆମ୍ବବାହାଲି ଗାଁ ର ବାଗ ଙ୍କ ରାସବତୀ ମଲ୍ଲିକ ତାଙ୍କ ୩ ବର୍ଷ ର ଝିଅ ସେ ଦୀର୍ଘ ଦିନ ଧରି ହୃଦରୋଗ ରେ ଆକ୍ରାନ୍ତ ହୋଇଥିଲା । ଉଚ୍ଚ ତର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା ।
ଝିଅ ର ହୃଦରୋଗ ର ଚିକିତ୍ସା ପାଇଁ ପାଟଣାଗଡ଼ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେରଙ୍କ ପାଖକୁ ଯାଇ ହାରିଗୁହାରି କରିଥିଲେ । ବିଧାୟକ ଶ୍ରୀ ମେହେର ରାଇପୁର ସ୍ଥିତ ରାମକୃଷ୍ଣ ନାମକ ଏକ ଘରୋଇ ହସ୍ପିଟାଲରେ ଝିଅର ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ରେ ମାଗଣାରେ ୨ଲକ୍ଷ ୯ ହଜାର ଟଙ୍କାରେ ଅସ୍ତ୍ରୋପଚାର କରାଯାଇ ମୋ ଝିଅ ଭଲ ହୋଇ ଚାଳିପାରୁଛି ଓ ସୁସ୍ଥ ହୋଇଛି । ଜଣେ ଗରିବ ଲୋକ ଉପକୃତ ପାଇଥିବାରୁ ମୁଁ ନବୀନ ପଟ୍ଟନାୟକଙ୍କ ଓ ବିଧାୟକ ସରୋଜ କୁମାର ମେହେରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।
No Result
View All Result