ଖବର ସଂଗ୍ରହ ପୂର୍ବରୁ ଚାରିଦିଗ କୁ ଦୃଷ୍ଟି ଦେଇ ଖବର ପ୍ରକାଶ କରିବାକୁ ନିଷ୍ପତ୍ତି ।
୧୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମଣ୍ଡୋମହୁଲ ଗ୍ରାମ ଠାରେ ଉପଖଣ୍ଡ ଯୁବପତ୍ରକାର ସଂଘ ର ଜନ୍ମବାର୍ଷିକ ଉତ୍ସବ ପାଳନ ସହ ଏକ ଲଗୋ ଉନ୍ମୋଚନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି କରୁଣାକର ବୁଡେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ବର୍ଗତ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ମିଶ୍ର ଙ୍କ ଦେହାନ୍ତ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ମିଶ୍ର ଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଅମର ଆତ୍ମାର ସତଗତୀ ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ବୈଠକ ରେ ଯୁବପତ୍ରକାର ସଂଘର ଜନ୍ମବାର୍ଷିକୀ ଓ ଏକ ଲଗୋ ଉନ୍ମୋଚନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଉପଖଣ୍ଡ ବିଭିନ୍ନ ଗ୍ରାମାଞ୍ଚଳ ର ଗାଁ ମାନଙ୍କ ମାଗଣା ସ୍ବାସ୍ଥ୍ୟସେବା ଓ ରକ୍ତଦାନ ଶିବିର ,ସଚେତନତା କାର୍ଯ୍ୟକ୍ରମ ମାନ ହାତକୁ ନେବାକୁ ଆଲୋଚନା କରାଯାଇଥିଲା । ସଂଘ ର ପରିଚୟ ପତ୍ର ସମସ୍ତ ସଦସ୍ୟମାନ ଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସଭାପତି ଶ୍ରୀ ବୁଡେକ କିପରି ଭାବରେ ପ୍ରତ୍ୟେକ ଦିନ କିଛି ନା କିଛି ସମସ୍ୟା ଭିତ୍ତିକ ଖବର ସଂଗ୍ରହ କରି ପ୍ରକାଶ କରିବାକୁ ସମସ୍ତ ସଦସ୍ୟ ମାନଙ୍କୁ ପରାମର୍ଶ ଦେବା ସହ ସବୁଦିଗ କୁ ଦୃଷ୍ଟିରେ ରଖି ଖବର ପ୍ରକାଶ ନେଇ ଯତ୍ନବାନ ହେବାକୁ କହିଥିଲେ । ଏଥିରେ ଉପସଭାପତି ଗୋରେଖ ନାଥ ବରିହା ,

ଉପଦେଷ୍ଟା ଜଗଦୀଶ ଭୋଇ ,କୋଷାଧ୍ୟକ୍ଷ ଘନ ଭୁଏ ,ଲଲିତ ମଲ୍ଲିକ , ଲାବଣ୍ୟ ପୁରୋହିତ , ପ୍ରତ୍ୟୁଷ ରଞ୍ଜନ ଖମାରୀ ,ଚନ୍ଦ୍ରଶେଖର ବରିହା , ଭୋଜରାଜ ବରିହା ,ଗୁଣନିଧି ପୁଟେଲ , ଗୌରୀଶଙ୍କର ବରିହା , ଶେଷଦେବ ସିଂ ନାଏକ ,ଅଭିମନ୍ୟୁ ବାଗ , ପିତରାଜ ଧରୁଆ ପ୍ରମୁଖ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଉପସଭାପତି ଗୋରେଖନାଥ ବରିହା ସ୍ବାଗତ ଭାଷଣ ଦେଇଥିବା ବେଳେ ଜଗଦୀଶ ଭୋଇ ସଭାପରାଚଳନା କରିଥିଲେ । ଗୌରୀଶଙ୍କର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।














