ଓଡିଶା ତାଜା ନ୍ୟୁଜ୍ (୧୮ ଜୁଲାଇ ଶନିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ ଆଜି ଆଉ୩୫ ଜଣ କରୋନା ପଜୋଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ୩୫ ଙ୍କ ମଧ୍ୟରୁ ୩୪ ଜଣ ଜିଲ୍ଲା ର ହଟ୍ ସ୍ପଟ୍ ଭାବେ ପରିଗଣିତ କଟାପାଲି ଗାଁ ର । ଅନ୍ୟ ଜଣେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ସରାଇକେଲା ଗାଁ ର ସେ ହାଇଦ୍ରାବାଦ ଫେରନ୍ତା ।
ତାଙ୍କ ବୟସ ୭୬ ବର୍ଷ ବୋଲି ବରଗଡ଼ ଜିଲ୍ଳା ସୂଚନା ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି । କଟାପାଲି ର ୩୪ ଜଣଙ୍କ ମଧ୍ୟରୁ ୬୦ ବର୍ଷ ବୟସରୁ ଅଧିକ ୯ ଜଣ ଥିବା ବେଳେ ୪ ଜଣ ଶିଶୁ ଅଛନ୍ତି। ସମସ୍ତଙ୍କୁ ବରଗଡ଼ କୋଭିଡ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ( ବରଗଡ଼ ରିପୋର୍ଟ /ସତ୍ୟନାରାୟଣ ପ୍ରଧାନ)